ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜଗଦୀଶ ଶତପଥୀ ଙ୍କ କବିତା__ କଳା କହ୍ନେଇ __

__ କଳା କହ୍ନେଇ __

ଜଗଦୀଶ ଶତପଥୀ

କଳା କହ୍ନେଇ, କଳା କହ୍ନେଇ।
ଖୋଜୁଅଛି ତୋତେ ମୁଁ ଧାଇଁ ଧାଇଁ।
ତୁହି ଅଟୁ ମୋ’ର ରଙ୍କୁଣୀ ଧନ 
ତୁହି ଅଟୁ ମୋ’ର ହୃଦ ଚନ୍ଦନ।
କଳା କହ୍ନେଇ, କଳା କହ୍ନେଇ।
ଝୁରୁଅଛି ତୋତେ ରାଧିକା ମାଇଁ।
ତୁହି ଅଟୁ ପ୍ରେମ ବାରିଧି ତଟ
କରୁଅଛି ତୋତେ କେତେ ଆକଟ।
କଳା କହ୍ନେଇ, କଳା କହ୍ନେଇ।
କିମିଆଂ କରିଛୁ ମୋତେ ଗୋସାଇଁ।
ତୋର ବନ୍ଧୁ ମୁହିଁ ସୁଦାମା ଦାସ
ଦେଖିବାକୁ ଅଛି ତୋହରି ହସ।
କଳା କହ୍ନେଇ, କଳା କହ୍ନେଇ।
ତୋର ରୂପ ଦେଖି ହେଲି ମୁଁ ବାଇ।
କଳା କଳା ରୂପ ମୟୂର ଚୂଳ
ସଭିଙ୍କୁ କରୁଛୁ ତୁହି ତ ଭୋଳ।
କଳା କହ୍ନେଇ, କଳା କହ୍ନେଇ।
ତୋର ପାଦତଳେ ମୁଣ୍ଡକୁ ନଇଂ।
ତୁହି ଅଟୁ ପରା ନନ୍ଦନ ଵନ
ତୁହି ଅଟୁ ମୋ’ର ହୃଦ ଚନ୍ଦନ।
କଳା କହ୍ନେଇ, କଳା କହ୍ନେଇ।

ଧର୍ମଶାଳା। ଯାଜପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା !!! ପ୍ରେମ !!!

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା = ପବିତ୍ର ଅକ୍ଷୟ ତୃତୀୟା

Sunil Chandra Nayak

ସୁଭସ୍ମିତା ମୁଦୁଲି ଙ୍କ କବିତା // ମିଠା ଅନୁଭୂତି

Sunil Chandra Nayak

Leave a Comment

error: Content is protected !!