ସାହିତ୍ୟ ଅଗଣାପ୍ରତାପ କିଶୋର ରାଉତ ଙ୍କ କବିତା // ବିଜନ ବେଳାରେ ସାଥୀ ତୁମେ by Sunil Chandra NayakJanuary 10, 20230185 Share0 ବିଜନ ବେଳାରେ ସାଥୀ ତୁମେ ପ୍ରତାପ କିଶୋର ରାଉତ ବିଜନ ବେଳାରେ ଶୁନ୍ୟତାରେ ଯେବେ ବୁଡଇ ହୃଦୟ ମୋର ନିରାଶ ହୃଦୟେ ଆଶାର ସଳିତା ଜାଳିଦିଅ ହେ ଠାକୁର । ବିଜନ ବେଳାରେ ——–।0। ହୃଦୟେ ରଖିବି ତୁମକୁ ଭାବିଲି ବୁଝିଲାନି ମୋର ମନ ହିଂସା କ୍ରୋଧ ଆଉ ପରଶ୍ରୀକାତର ରହିଅଛି ଅଭିମାନ କେମିତି ରଖିବି ସେଠାରେ ତୁମକୁ ହେବ ଅପରାଧ ମୋର । ବିଜନ ବେଳାରେ ———-।୧। ହୃଦୟକୁ ମୋର କର ନିରିମଳ ଢାଳି ଦେଇ ଶୁଭାଶୀଷ ଅବୁଝା ମନକୁ ତୁମ ପାଦେ ରଖି ଦିଅ ପରମ ସନ୍ତୋଷ ସବୁ ଅପରାଧ କ୍ଷମା କରିଦିଅ ଆହେ ପରମ ଈଶ୍ୱର । ବିଜନ ବେଳା ରେ——–।୨। ତେନ୍ତୁଳିପଦୀ , ହାଟଡିହି , କେନ୍ଦୁଝର