ସାହିତ୍ୟ ଅଗଣାଚନ୍ଦ୍ରକଳା ଙ୍କ କବିତା // ମହା ଜାଗର by Sunil Chandra NayakFebruary 18, 2023044 Share0 ମହା ଜାଗର ଚନ୍ଦ୍ରକଳା ଫାଲଗୁନ ମାସର କୃଷ୍ଣ ପକ୍ଷରେ ପଡିଥାଏ ଶିବରାତ୍ରି, ଉଜାଗର ରହି ଜାଗର ଜଳାଇ ପାଳିଣ ଥାଆନ୍ତି ବ୍ରତୀ || ଗୟଶ, ଦୂଦୂରା, ଚମ୍ପା, କନିଅର ଶ୍ରୀଫଳ ଓ ବେଲପତ୍ର, ଅଖଣ୍ଡ ଦୀପକୁ ପ୍ରଜ୍ୱଳିତ କରି ପାଳିଥାନ୍ତି ଶିବରାତ୍ର || ସାଗର ମନ୍ଥ6ନ ବିଷ ପାନକରି ନୀଳକଣ୍ଠ ସାଜିଥିଲ, ବିଶ୍ୱର କଲ୍ୟାଣ ପାଇଁତ ଆପଣ ଏହି ପଦକ୍ଷପ ନେଲ || ପ୍ରତି ଶୈବପୀଠେ ଆଜିର ଦିନରେ ଲାଗେ ଗହଳି ଚହଳି, ଘଣ୍ଟ, ଘଣ୍ଟି, ଗିନି, ମୃଦଙ୍ଗ ସହିତ ପୁଣ୍ୟର ପ୍ରଦୀପ ଜାଳି || ଚତୁର୍ଥ ପ୍ରହର ପୂଜା ଶେଷ ପରେ ହୋଇଥାଏ ଉଦଯାପନ, ମହାଦୀପ ଉଠେ ମନ୍ଦିର ଅଗ୍ରରେ ଜ୍ୟୋତି ହୁଏ ପ୍ରଜ୍ବଳନ || ମହା ସମାରୋ6ହ ପାଳିଣ ଥାଆନ୍ତି ସର୍ବେ ଏକତ୍ର ମିଶିଣ, ଭାଇଚାରା ଭାବ ସୃଷ୍ଟି ହୋଇଥାଏ ଏଇତ ଅଟେ ପ୍ରମାଣ || ଆହେ ଉମାପତି ଅଗତିର ଗତି ମୃତ୍ୟୁଞ୍ଜୟ ଦିଗମ୍ବର, ଏଇ ସଂସାରରେ ହସ ଖୁସି ଭର ଏତିକି କାମନା ମୋର || ବନ୍ଧୁଗାଁ, କୋରାପୁଟ