ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚନ୍ଦ୍ରକଳା ଙ୍କ କବିତା // ମହା ଜାଗର 

 ମହା ଜାଗର 

    ଚନ୍ଦ୍ରକଳା

ଫାଲଗୁନ ମାସର କୃଷ୍ଣ ପକ୍ଷରେ 
ପଡିଥାଏ ଶିବରାତ୍ରି, 
ଉଜାଗର ରହି ଜାଗର ଜଳାଇ 
ପାଳିଣ ଥାଆନ୍ତି ବ୍ରତୀ ||
ଗୟଶ, ଦୂଦୂରା, ଚମ୍ପା, କନିଅର 
ଶ୍ରୀଫଳ ଓ ବେଲପତ୍ର, 
ଅଖଣ୍ଡ ଦୀପକୁ ପ୍ରଜ୍ୱଳିତ କରି 
ପାଳିଥାନ୍ତି ଶିବରାତ୍ର ||
ସାଗର ମନ୍ଥ6ନ ବିଷ ପାନକରି 
ନୀଳକଣ୍ଠ ସାଜିଥିଲ, 
ବିଶ୍ୱର କଲ୍ୟାଣ ପାଇଁତ ଆପଣ 
ଏହି ପଦକ୍ଷପ ନେଲ ||
ପ୍ରତି ଶୈବପୀଠେ ଆଜିର ଦିନରେ 
ଲାଗେ ଗହଳି ଚହଳି, 
ଘଣ୍ଟ, ଘଣ୍ଟି, ଗିନି, ମୃଦଙ୍ଗ ସହିତ 
ପୁଣ୍ୟର ପ୍ରଦୀପ ଜାଳି ||
ଚତୁର୍ଥ ପ୍ରହର ପୂଜା ଶେଷ ପରେ 
ହୋଇଥାଏ ଉଦଯାପନ, 
ମହାଦୀପ ଉଠେ ମନ୍ଦିର ଅଗ୍ରରେ 
ଜ୍ୟୋତି ହୁଏ ପ୍ରଜ୍ବଳନ ||
ମହା ସମାରୋ6ହ ପାଳିଣ ଥାଆନ୍ତି 
ସର୍ବେ ଏକତ୍ର ମିଶିଣ, 
ଭାଇଚାରା ଭାବ ସୃଷ୍ଟି ହୋଇଥାଏ 
ଏଇତ ଅଟେ ପ୍ରମାଣ ||
ଆହେ ଉମାପତି ଅଗତିର ଗତି 
ମୃତ୍ୟୁଞ୍ଜୟ ଦିଗମ୍ବର, 
ଏଇ ସଂସାରରେ ହସ ଖୁସି ଭର
ଏତିକି କାମନା ମୋର ||

ବନ୍ଧୁଗାଁ, କୋରାପୁଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା l l ଆକାଶ କଇଁଆ ଚିଲିକା ମାଛ

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା // ହେ ଶଶୀଖଣ୍ଡ ମୌଳି

Sunil Chandra Nayak

Leave a Comment

error: Content is protected !!