ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଶିବ ମହିମା

ଶିବ ମହିମା

ମାନଗୋବିନ୍ଦ ସ୍ବାଇଁ

ଶିବ ଶିବ କହି ପାଇ ଗଲା ରାତି
      ପ୍ରଭାତ ହେଲାଣି ଶେଷ
ଉଠ ଉଠ ପିଲେ ଯିବା ଗୋ ମନ୍ଦିର
       ଶିବ ବ୍ରତ ମୋ ଉପାସ।
ଜଗି ରାତି ସାରା ରହି ଉଜାଗର
         କରି ଶିବ ତପ ଜପ
ପବିତ୍ର ହୋଇବା ଜୀବନ ତୀର୍ଥରେ
        ଛାଡି ଯିବ ପୁରା ପାପ।
ଶିବଙ୍କୁ ଭଜିଲେ ମିଳିଯିବ ଫଳ
      ଆଶା ହବ ମୋ ପୂରଣ
ଶିବଙ୍କ ଭଜନ କୀର୍ତ୍ତନ ସଂଗୀତ
    ଶିବ ଭକ୍ତି ମୋ ପ୍ରଣାମ।
ଶିବଙ୍କ ଡମ୍ବରୁ ବାଜିଲେ କର୍ଣ୍ଣରେ
     ଭୟ ଭ୍ରାନ୍ତି ଯିବ ଛାଡ଼ି
ଭକ୍ତି କରୁଥିବା ନିତି ଦିନ ଆସି
     ଭକ୍ତି ଥିବ ହାତ ଯୋଡ଼ି।
ଗଳାରେ ସର୍ପକୁ ପକାଇ ଧାରଣ
     ହସ୍ତରେ ତ୍ରୀଶୂଳ ଧରି
କଟି ବାଘ ଛାଲ ମସ୍ତକେ ଚନ୍ଦ୍ରମା
       ଶଶ୍ମାନ ନୃତ୍ୟ ହେ ହରି।
ଶିବ ଉପାସନା ତୁଟିବ ଯନ୍ତ୍ରଣା
     ମିଳେ ମହାବଳ ଶକ୍ତି
ଭକ୍ତିରେ ରହିଛି ଶକ୍ତି ମୁ ପାଇଛି
      ଶିବ ବରଦାନ ମୁକ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅପର୍ତ୍ତି ସେଠୀ ଙ୍କ କବିତା _ _ ଲକ୍ଷ୍ଯ _ _

Sunil Chandra Nayak

ଭାଗବତ ପ୍ରସାଦ ଙ୍କ କବିତା = ସାମ୍ବାଦିକତା = ସମ୍ବିଧାନ ର ଗୌରବ ଗାଥା

Sunil Chandra Nayak

ଦେବୀ ପ୍ରସାଦ ମିଶ୍ର ଙ୍କ କବିତା = ଗୋଟିଏ ସନେଟ୍ ନାରୀ ପାଇଁ

Sunil Chandra Nayak

Leave a Comment

error: Content is protected !!