ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାକ୍ଟର ରୁ ବ୍ୟାଟିରି ଚୋରି କରି, 2ଗିରଫ 

ପାପଡାହାଣ୍ଡି ,19/5, ମନିସ :- ନବରଙ୍ଗପୁର ଜିଲ୍ଲା ମୈଦଲପୁର ପୋଲିସ ଟ୍ରାକ୍ଟର ରୁ ବ୍ୟାଟେରି ଚୋରି କରିଥିବା ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ପାପଡାହାଣ୍ଡି ଥାନା ଝାଡ଼କୁସୁମି ଗ୍ରାମର ସୁଦର୍ଶନ ହରିଜନ ର ପୁଅ ମୁକେଶ ହରିଜନ ଓ ଯୁଗଳ ଗୌଡ଼ର ପୁଅ ସୁରେଶ ଗୌଡ଼ l ସୂଚନା ଅନୁସାରେ, ଗତ ମେ ମାସ 12ତାରିଖ ବିଳମ୍ବିତ ରାତିରେ ନୀଳାଦ୍ରିଗୁଡା ଠାରେ ବାସ କରୁଥିବା ଆରତୀ ନାୟକ ଙ୍କ ଫାର୍ମ ହାଉସ ଭିତରେ ଥିବା ଟ୍ରାକ୍ଟର (OD 24G 8016) ରୁ ବ୍ୟାଟିରି ଚୋରି ହୋଇଥିବା ନେଇ 13ତାରିଖ ଦିନ ଆରତୀ ମୈଦଲପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ମୈଦଲପୁର ପୋଲିସ ଝାଡ଼କୁସୁମି ଗ୍ରାମର ସୁରେଶ ଓ ମୁକେଶ କୁ ଗିରଫ କରିବା ସହ ବ୍ୟାଟେରି କୁ ଉଦ୍ଧାର କରିଥିଲେ l ଏ ନେଇ ମୈଦଲପୁର ଥାନାରେ କେଶ ନଂ 69/23ରେ ମାମଲା ରଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

masiha

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

Leave a Comment

error: Content is protected !!