ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏଲ୍ଆଇସି ଏଜେଣ୍ଟ କୁ ୬ ହଜାର ଜରିମାନା ସହ ୫ ବର୍ଷ ଜେଲ

ଏଲ୍ଆଇସି ଏଜେଣ୍ଟ କୁ ୬ ହଜାର ଜରିମାନା ସହ ୫ ବର୍ଷ ଜେଲ

ରାଇଘର ୧୧/୧୦(କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲା ରାଇଘର ଜେଏମ୍ଏଫ୍ ସି ଲୋକ ଙ୍କ ଠାରୁ ମାସିକ ଏଲ୍ ଆଇ ସି ଟଙ୍କା ଆଦାୟ କରି ଖର୍ଚ୍ଚ କରି ଲୋକ ଙ୍କୁ ଠକି ଥିବା ଅଭିଯୋଗ ରେ ମୁଦଲା କୁ ୬ ହଜାର ଜରିମାନା ସହ ୫ ବର୍ଷ ଜେଲ କାରାଦଣ୍ଡ ପାଇଁ ଆଦେଶ ଶୁଣାଇଛନ୍ତି। ତା ୩/୫/୨୦୨୩ ରିଖ ଦିନ କୁନ୍ଦେଇ ଥାନା ରେ ଏକ ଏତଲା ରୁଜୁ ହୋଇଥିଲା | ଏହି ଏତଲା ଅନୁଯାଇ ଅଭିଯୁକ୍ତ ହାଟଭରଣ୍ଡି ଗ୍ରାମର ପଞ୍ଚାନନ ନାୟକ ୨୦୧୭ ମସିହା ରେ ଏଲ୍ ଆଇ ସି ଏଜେଣ୍ଟ ରହି ଲୋକ ଙ୍କ ଠାରୁ ପଲିସି କରି ଆସୁଥିଲା, ସେହି ମଧ୍ୟରୁ କିଛି ଲୋକ ଙ୍କ ଏଲ ଆଈ ସି ଟଙ୍କା କୁ ଜମା ନୋ କରି ଆତ୍ମ ସାତ କରିଥିଲେ l ଲୋକେ ବାରମ୍ବାର ଜମା ରସିଦ୍ ମାଗିଲେ ମଧ୍ୟ ହଁ ମୁ ଦେବି କହି ବୁଲଉ ଥିଲେ l ସହ୍ୟ ନୋ କରି ସେହି ଗ୍ରାମର ଗୋଟିଏ ପରିବାର ବାଧ୍ଯ ହୋଇ କୁନ୍ଦେଇ ଥାନା ରେ ଅଭିଯୋଗ କରି ଥିଲେ l ଅଭିଯୋଗ କୁ ଆଧାର କରି କୁନ୍ଦେଇ ଥାନା ଅଧିକାରୀ ପଞ୍ଚାନନ କୁ ଗିରଫ କରି କୁନ୍ଦେଇ ପୋଲିସ ପଞ୍ଚାନନ କୁ ଗିରଫ କରି କୋର୍ଟ ଚଳାଣ କରିଥିଲେ l ଏହି ମାମଲା ରେ ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ରାଇଘର ଜେଏମ୍ଏଫ୍ ସି ପ୍ରତ୍ୟୁଷ କୁମାର ଚାନ୍ଦ ଏଲ୍ ଆଇ ସି ଏଜେଣ୍ଟ ପଞ୍ଚାନନ ନାୟକ କୁ ୬ ହଜାର ଜରିମାନା ସହ ୫ ବର୍ଷ ଜେଲ କାରାଦଣ୍ଡ ର ଆଦେଶ ଦେଇଥିବା ଜଣାପଡିଛି | ଏହି ମାମଲା କୁ ସରକାର ପକ୍ଷରୁ ସରକାରୀ ଓକିଲ ମନୋଜ କୁମାର ମହାପାତ୍ର ପରିଚାଳନା କରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଜିଲ୍ଲାପାଳଙ୍କୁ ଲହୁ ଲୁହାଣ ଘଟଣାରେ -ବାଲି ମାଫିଆ ପିଣ୍ଟୁଆ ଗିରଫ

Sunil Chandra Nayak

ରାଉରକେଲା ରଘୁନାଥପାଲି ପୋଲିସ୍ ଦ୍ବାରା ୩ ବାଇକ ଚୋରଙ୍କ ଗିରଫ୍ ସମେତ ୧୬ଟି ବାଇକ୍ ଜବତ

Sunil Chandra Nayak

ଜୀବନ୍ତ ବ୍ରଜକାପ୍ତା ସହ ୨ଟି ମୋବାଇଲ, ୨ଟି ବାଇକ, ବ୍ରଜକାପ୍ତା କାତି ଜବତ୍ , ଶିକ୍ଷକ ଓ ସମ୍ପର୍କୀୟ ଭାଇ କୋଟ ଚାଲାଣ

masiha

Leave a Comment

error: Content is protected !!