ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ ପ୍ରଚଳନ ହେଉ

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ ପ୍ରଚଳନ ହେଉ

ରାଉରକେଲା: ରାଉରକେଲା କୁ ଦୁଇଟି ବନ୍ଦେ ଭାରତ ଟ୍ରେନ ବିଗତ ଦିନରେ ଦେଇଥିବାରୁ ରେଳମନ୍ତ୍ରୀ ଙ୍କୁ ଥିଙ୍କର୍ସ ଫୋରମ୍ କୃତଜ୍ଞତା ଜଣାଇଛି । କଲିକତା ପୂର୍ବ ଭାରତ ର ଏକମାତ୍ର ମେଟ୍ରୋ ସହର ଓ ରାଉରକେଲା ତଥା ନିକଟବର୍ତ୍ତୀ ସମସ୍ତ ଜନସାଧାରଣ ଏହା ଉପରେ ବ୍ୟବସାୟ, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ,ଦୂର ସ୍ଥାନ ଯିବା ପାଇଁ ବିମାନ ସେବା ତଥା ଦୈନନ୍ଦିନ ଯାତ୍ରା ପାଈଁ ପାଇଁ ନିର୍ଭର କରିଥାନ୍ତି। ରାଉରକେଲା ରୁ ଜନଶତାବ୍ଦି ବା ଇଣ୍ଟରସିଟି ଭଳି ଏକ ଦ୍ରୁତଗାମୀ ଟ୍ରେନ୍ ପ୍ରାତଃ କାଳ ରୁ ବାହାରି , ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରି ରାତି ସମୟରେ ରାଉରକେଲା ରେ ପହଞ୍ଚିଲେ ଜନସାଧାରଣ ବିଶେଷ ଉପକୃତ ହେବେ।ଏହା ବ୍ୟତୀତ କଲିକତା ଓ ମୁମ୍ବାଇ ଓ କଲିକତା ପୁନେ ଚାଲୁଥିବା ଦୁଇଟି ଦୁରୋନ୍ତୋ ଟ୍ରେନ୍ ର ଓଡ଼ିଶା ରେ କୌଣସି ରହଣି ନାହିଁ, ଯଦିଓ ଛତିଶଗଡ ଭଳି ଏକ ଛୋଟ ରାଜ୍ୟ ରେ ୧୧୦କିମି ଦୁରତ୍ଵ ରେ ରାୟପୁର ଓ ବିଲାସପୁର ରେ ଦୁଇଟି ରହଣି ଅଛି। ରାଉରକେଲା ରେ ଯଦି ଗୋଟିଏ ରହଣି କରାଯାଏ ଏହା ସର୍ବନିମ୍ନ ୧୬୫ କିମି ହେବା ସହିତ ସମସ୍ତ ଓଡ଼ିଶା ବାସୀ ଏପରିକି ରାଞ୍ଚି ଅଞ୍ଚଳ ର ଯାତ୍ରୀ ମଧ୍ୟ ଉପକୃତ ହେବେ। ଉପରୋକ୍ତ ଦାବି କୁ ନେଇ ଥିଙ୍କର୍ସ ଫୋରମ୍ ର ଆବାହକ ନଳିନୀ କାନ୍ତ ଧର, ଡ଼ଃ ସୁମନ୍ ଦତ୍ତ ବନ୍ଦେ ଭାରତ ଉଦ୍ଘାଟନ ଉତ୍ସବରେ ରେଳ କର୍ତ୍ତୃପକଷଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ରେଳ ମନ୍ତ୍ରୀ ,ସାଂସଦ, ବିଧାୟକ ଙ୍କୁ ସ୍ମାରକ ପତ୍ର ପ୍ରେରଣ କରିଛନ୍ତି। ସୂଚନାଯୋଗ୍ୟ ଯେ ସାଧାରଣ ଲୋକ ୧୫୦ ଟଙ୍କାରେ ଯାଇ ପାରିବ, ଯାହାକି ବନ୍ଦେ ଭାରତ ରେ ୧୨୦୦ ଟଙ୍କା ଦେବାକୁ ପଡିବ। ତେଣୁ ସମସ୍ତେ ବନ୍ଦେ ଭାରତ ରେ ଉପକୃତ ହେବେ ନାହିଁ। ତା ପରେ ଆମେ ଏହି ଟ୍ରେନ ଇଣ୍ଟରସିଟି ଭଳି ସକାଳେ ଦାବି ଜଣାଇଛୁ ଯାହାର ବିଶେଷ ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ, ବିଧାୟକ ବି ମତ ରଖିଛନ୍ତି ବୋଲି ଶ୍ରୀ ଧର ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

masiha

ଜିଲ୍ଲାପାଳ ଦଶରଥପୁର ବ୍ଲକ ଥାଲକୁଡ଼ି ଓ ପାଲଟପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଲେ ଉପଲବ୍ଧ ସ୍ବାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ, ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଲେ 

masiha

ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!