ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନିୟର୍ ପେନଚାକ ସିଲାଟ ପ୍ରତିଯୋଗିତା ରେ ନବରଙ୍ଗପୁର କୁ ୧୩ଟି ପଦକ

  ନବରଙ୍ଗପୁର–(ମସିହା) ଗୋଆର ମଢଗାଁଓ ସ୍ଥିତ ମନୋହର ପରିକ ଷ୍ଟାଡିୟମ ଠାରେ ହୋଇଥିବା ଷଷ୍ଠ ପେନଚାକ ସିଲାଟ ଫେଡେରେସନ କପ ଏବଂ ସେହିପରି ମହାରାଷ୍ଟ୍ରର ନାନ୍ଦେଡ ଠାରେ ଅନୁଷ୍ଠିତ ଦଶମ ଜାତୀୟ ଜୁନିୟର୍ ପେନଚାକ ସିଲାଟ ପ୍ରତିଯୋଗିତା ଶେଷ ହୋଇଯାଇଛି । ଏହି ଦୁଇଟି ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଖେଳାଳି ମାନେ ଭାଗ ନେଇ ପାଞ୍ଚଗୋଟି ସ୍ୱର୍ଣ୍ଣ ପଦକ, ପାଞ୍ଚଗୋଟି ରୈ।ପ୍ୟ ପଦକ ଓ ତିନୋଟି କାଂସ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ଖେଳାଳି ମାନେ ନବରଙ୍ଗପୁରକୁ ଫେରିବା ପରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଖେଳାଳିଙ୍କ ଏହି ସଫଳତା ନେଇ ଜିଲ୍ଲାପାଳ ଆଶ୍ରିବାଦ କରିବା ସହ ଆଗାମୀ ପ୍ରତିଯୋଗିତା ଗୁଡିକରେ ଜିଲ୍ଲା ପାଇଁ ଅଧିକରୁ ଅଧିକ ମେଡାଲ ଜିତିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଏ. ସୁରେଶ ସମେତ ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ପେଞ୍ଚକ ସିଲାଟ ସଙ୍ଘର ସଭାପତି ଦିପକ ସାହୁ, ସମ୍ପାଦକ ହରିଶ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ ଗୋଆ ର ମୁଖ୍ୟମନ୍ତ୍ରୀ ଶ୍ରୀ ଡ. ପ୍ରମୋଦ ସାଵନ୍ତ ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଖବର ପ୍ରସାରିତ ହେବା ପରେ ଜିଲ୍ଲାର କ୍ରୀଡ଼ାବିତ ମାନେ ଖୁସି ପ୍ରକଟ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ପାଳିତ

Sunil Chandra Nayak

ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚୋରନିଦୁଆର ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!