ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

କାମାକ୍ଷାନଗର (ମନିସ )26/3/23 // କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର ଏହି ଉକ୍ତି ଟି ପ୍ରମାଣ କରି ଦେଖାଇଛନ୍ତି ଜଣେ ଚାଷୀ l ଢିପ ଜମିରେ ସୁନାର ଫସଲ ଫଳାଇଛନ୍ତି, ଭିର୍ନକ୍ଷମ ହେଲେବି ସେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରି ପାରିଛନ୍ତି l ଏକର ଏକର ଜମିରେ ସବୁଜ ପନିପରିବା କରି ବେଶ ଦୁଇ ପଇସା ରୁଜଗାର କରିବା ସହିତ ଆଉ 10 ରୁ 15 ଜଣ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମ ପଞ୍ଚାୟତ ର କଟାବାହାଳ ଗ୍ରାମର ବିଭୁତି ପ୍ରଧାନ ଦୃଢ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ଆଗରେ ହାର ମାନିଛି ଭିନ୍ନକ୍ଷମ ତାଙ୍କ ର ହାତ ଭିନ୍ନକ୍ଷମ ହେଲେ ବି ମଧ୍ୟ ପ୍ରାୟ 13 ଏକର ଜମିରେ ବାଇଗଣ, ଟମାଟ, କାକୁଡି, ଭେଣ୍ଡି, ତରଭୁଜ, କଖାରୁ, କାଶ୍ମୀର ଲଙ୍କା,ଝୁଡୁଙ୍ଗ,ଏବଂ ବିଦେଶୀ କୁଳି ଲଗାଇ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛିଛନ୍ତି l ଲାଲ ଟହ ଟହ ଟମାଟୋ ଦେଖିଲେ ଆଖି ଲାଖିଯିବ କେବଳ ଟମାଟ ନୁହେଁ ସବୁଜ ରଙ୍ଗର ଭଳିକି ଭଳି ପନି ପରିବା ମଧ୍ୟ ଫଳିଛି l ଜମିରେ ବିଭିନ୍ନ ସ୍ଥାନରେ ଲାଗିଛି ସୋଲାର ସ୍ପିଙ୍କଲର ପାଇପ ସୁଇଚି ମାରିଲେ ମାଡୁଛି ଆପେ ଆପେ ପାଣି ନା ଗଛକୁ ନିଅଣ୍ଟ ପାଣି ଦଉଛି ନା ସାର ଦଉଛି ଉର୍ନତ ଜ୍ଞାନ କୌଶଳରେ ଚାଷ ଚାଲିଛି l ବିଭିନ୍ନ ସ୍ଥାନରୁ ବେପାରୀ ଆସି ପନିପରିବା ନେଇ ଯାଉଛନ୍ତି l ତେବେ ଗ୍ରାମରେ ଯୁବ ପିଢ଼ିଙ୍କ ପାଇଁ ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ବେସାହାରା ପରିବର୍ତ୍ତେ ଜଣେ ସଫଳ ଚାଷୀ ହବା ଉଦାହରଣ ପାଲଟିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାଠ ତସ୍କରଙ୍କ ଭୟରେ ଗ୍ରାମବାସୀ,  ଅବାନ୍ତର ଗଛ କଟାକୁ ପ୍ରଶ୍ରୟ ଦେଉଛି କି ବନ ବିଭାଗ?

masiha

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

Sunil Chandra Nayak

ଗଣମାଧ୍ୟମ ବ୍ୟକ୍ତିଙ୍କୁ ଆକ୍ରମଣ ନିନ୍ଦନୀୟ

Leave a Comment

error: Content is protected !!