ବଲାଙ୍ଗିର // ୧୦/୦୧ // ବଲାଙ୍ଗିର ସହର କନ୍ଧପାଲି ପଡା ରେ ସଦର ବନବିଭାଗ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତୋଷରାଜ କାଣ୍ଡ ଓ ସୁବାଷ ନାଗ । ସେମାନଙ୍କ ଠାରୁ ଶାଗୁଆନ ପଟା ସହିତ ଅଟୋ ଗାଡ଼ି ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ ସକାଳେ ଏକ ଅଟୋ ରେ ସିନ୍ଦୁରବାହାଲ ଠାରୁ ବଲାଙ୍ଗିର କୁ ଏକ ଅଟୋ (ଓଡ଼ି ୦୩ ଏକ୍ସ ୯୫୧୪ ) ରେ କାଠ ପଟା ଆଣିଥିଲେ । ଏନେଇ ବନବିଭାଗ ଖବର ପାଇଥିଲା । ଡିଏଫଓ ଙ୍କ ନିର୍ଦ୍ଧେଶକ୍ରମେ ସଦର ରେଞ୍ଜର କେଶବ କିଶୋର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କନ୍ଧପାଲି ପଡା ରାସ୍ତା ରେ ପହଞ୍ଚି ଅଟୋ କୁ ଚଢ଼ାଉ କରିଥିଲେ । ଅଟୋ ରୁ ପ୍ରାୟ ୩୮ ଖଣ୍ଡ ଶାଗୁଆନ କାଠ ପଟା ଜବତ ହୋଇଥିଲା । ଦୁହିଁଙ୍କୁ ଗିରଫ କରି ସଦର ରେଞ୍ଜ କୁ ଅଣାଯାଇଥିଲା। ବନବିଭାଗ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି
previous post
next post