ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

ବଲାଙ୍ଗିର // ୧୦/୦୧ // ବଲାଙ୍ଗିର ସହର କନ୍ଧପାଲି ପଡା ରେ ସଦର ବନବିଭାଗ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତୋଷରାଜ କାଣ୍ଡ ଓ ସୁବାଷ ନାଗ । ସେମାନଙ୍କ ଠାରୁ ଶାଗୁଆନ ପଟା ସହିତ ଅଟୋ ଗାଡ଼ି ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ ସକାଳେ ଏକ ଅଟୋ ରେ ସିନ୍ଦୁରବାହାଲ ଠାରୁ ବଲାଙ୍ଗିର କୁ ଏକ ଅଟୋ (ଓଡ଼ି ୦୩ ଏକ୍ସ ୯୫୧୪ ) ରେ କାଠ ପଟା ଆଣିଥିଲେ । ଏନେଇ ବନବିଭାଗ ଖବର ପାଇଥିଲା । ଡିଏଫ‌ଓ ଙ୍କ ନିର୍ଦ୍ଧେଶକ୍ରମେ ସଦର ରେଞ୍ଜର କେଶବ କିଶୋର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କନ୍ଧପାଲି ପଡା ରାସ୍ତା ରେ ପହଞ୍ଚି ଅଟୋ କୁ ଚଢ଼ାଉ କରିଥିଲେ । ଅଟୋ ରୁ ପ୍ରାୟ ୩୮ ଖଣ୍ଡ ଶାଗୁଆନ କାଠ ପଟା ଜବତ ହୋଇଥିଲା । ଦୁହିଁଙ୍କୁ ଗିରଫ କରି ସଦର ରେଞ୍ଜ କୁ ଅଣାଯାଇଥିଲା। ବନବିଭାଗ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି 

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ 

Related posts

ସନ୍ଦେହ ଜନକ ଯୁବକର ମୃତ୍ଯୁ ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

Sunil Chandra Nayak

ରାଇଘର ଅଂଚଳ ରୁ ଦୁଇ ମାଓବାଦୀ ଗିରଫ 

Sunil Chandra Nayak

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

masiha

Leave a Comment

error: Content is protected !!