ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଥୁଆମୁଳ ରାମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

ଥୁଆମୁଳ ରାମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

ଥୁଆମୁଳ ରାମପୁର:୨୨/୦୭ – (ମନିସ):- ଲାଞ୍ଚ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ଦୁର୍ନୀତି ବିରୋଧରେ ଭିଜିଲାନ୍ସ ପକ୍ଷରୁ ଆକ୍ସନ ହେଉଛି ତଥାପି ଲାଞ୍ଚଖୋର ସରକାରୀ କର୍ମଚାରୀ ମାନେ ଟିକିଏ ମଧ୍ୟ ଭୟ କରୁନଥିବା ଭଳି ମନେ ହୁଏ। ବାରମ୍ବାର ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଉଥିବା ବିଷୟରେ ସମସ୍ତେ ଜାଣି ଜାଣି ମଧ୍ୟ ଲାଞ୍ଚ କାରବାର ରେ ଲିପ୍ତ ରହି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯାଉଥିବା ଘଟଣା ଘଟୁଥିବା ବେଳେ ପୁଣି ଜଣେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାପଡିଛି। ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର। ସୁଚନାରୁ ଜଣାପଡିଛି ଯେ,ବିଦ୍ୟାଳୟର ପ୍ରିନ୍ସିପାଲ ସୀତାକାନ୍ତ ରଣା ମାଁ ଧରଣୀ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦରମା ବିଲପାସ କରାଇଦେବା ନାଁରେ ପ୍ରିନ୍ସିପାଲ ରଣା ଲାଞ୍ଚ ବାବଦରେ ୧୦ ହଜାର ଟଙ୍କା ଦାବି କରିଥିଲେ। ଘଟଣାକୁ ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମର ମିଳିତ ଚଢ଼ାଉରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଭିଜିଲାନ୍ସ ପକ୍ଷରୁ ଜାରି ରହିଥିବା ଜଣାପଡିଛି। ଖବର ଲେଖାହେବା ପୂର୍ବରୁ ଅଧିକ ସୂଚନା ହସ୍ତଗତ ହୋଇନାହିଁ।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

କାର ସହ ଗଞ୍ଜେଇ ଜବତ 5 ଗିରଫ 

Sunil Chandra Nayak

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

masiha

Leave a Comment

error: Content is protected !!