ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବାଦ ଓ ଆମଓଡିଶା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ତେରେସିଂହା କୌଶିକ ବାବା ଡିଗ୍ରୀ କଲେଜରେ ୩୦ ୟୁନିଟ ରକ୍ତ ସଗ୍ରହ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କୌଶକ ବାବା ଡିଗ୍ରୀ କଲେଜରେ ଆଜି ସମ୍ବାଦ, ଆମଓଡିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ, ଆମଓଡିଶା ଓ ଯୁବରେଡକ୍ରସ କୌଶିକ ବାବା ଡିଗ୍ରୀ କଲେଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଜିଲ୍ଲାପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂହଦେଓ (ପୁଷୁ ବାବୁ) ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । କଳାହାଣ୍ଡି ଜିଲ୍ଲା ଓୟୁଜେ ସଭାପତି କମ୍ବୁପାଣି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ରକ୍ତଦାନ ଦ୍ୱାରା ଜଣକର ଜୀବନ ବଞ୍ଚାଉଥିବା ଲୋକ ହିଁ ମହାନ ବୋଲି ପ୍ରକାଶ କରିଥିଲେ । ସମ୍ବାଦ ବ୍ଲକ ପ୍ରତିନିଧି ଭଜଶ୍ୟାମ ସାହୁ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ତହସିଲଦାର କର୍ଲାମୁଣ୍ଡା ମିଲନ କୁମାର ଝାଙ୍କର, ଜିଲ୍ଲା ପରିଷଦ ଜୋନ କ ମହେନ୍ଦ୍ର ରଣା, ରିଷିଡା ସରପଞ୍ଚ ସେବତୀ ରଣା, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ସଭାପତି କୌଶିକ ବାବା ଡିଗ୍ରୀ କଲେଜ ବିବେକ ଦାସ, ଅଧ୍ୟକ୍ଷ କୌଶିକ ବାବା ଡିଗ୍ରୀ କଲେଜ ସୁଶ୍ରୀ ଲିପ୍ସାମୟୀ ଦୁବେ, ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ସାମ୍ବାଦିକ କମ୍ବୁପାଣି ସାହୁ, ସତ୍ୟନାରୟଣ କୁମାର, ତେରେସିଂହା ସରପଞ୍ଚ ପ୍ରମୋଦ ସୁନା, ସମିତିସଭ୍ୟା ଚନ୍ଦ୍ରମା ରଣା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ କଲେଜ ଅଧ୍ୟାପକ କସ୍ତୁଭ ସାହୁ, ରବି ମାଝୀ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କନିଷ୍ଠ କିରାଣୀ ଭୂପିନ୍ଦ୍ର ରଣା ଙ୍କ ସମେତ କଲେଜ ର ଛାତ୍ର ଛାତ୍ରୀ କିଶୋର ପଧାନ, ଅର୍ଜୁନ ସାହୁ, ଇଶ୍ୱର ସାହୁ, ଉଷା ବେବର୍ତ୍ତା, ସୁନିତା କୁମାର, ହିମାଂଶୁ ଶେଖର ଗହୀର, ଟଙ୍କଧର ରଣା, ନିରାକାର ସାହୁ, ଚନ୍ଦ୍ରାବତୀ ଭୋଇଙ୍କ ସମେତ ବିଭୂତି ଭୂଷଣ ସରାଫ, ବାସୁଦେବ ସେଲମା, ରଶ୍ମିରଞ୍ଜନ ମିଶ୍ର, ଚନ୍ଦନ କୁମାର ଦାସ, ଆକଶ କେଡିଆ, ସୁଶାନ୍ତ ନାଏକ, ମନୋଜ କୁମାର ଦାସ, ନିଳାଞ୍ଚଳ ଗହୀର, ଫକିର ଚରଣ ସାହୁ, କପିନ୍ଦ୍ର ରଣା, ପ୍ରେମାନନ୍ଦ ସାହୁ, ବିରଞ୍ଚି ରଣା, ବିବେକ ଅଗ୍ରୱାଲ, ସୌମ୍ୟପ୍ରକାଶ ଭୋଇ, ବବଲୁ ଦଣ୍ଡସେନା ଓ ସମ୍ବାଦ ବ୍ଲକ ପ୍ରତିନିଧି ଭଜଶ୍ୟାମ ସାହୁ ରକ୍ତଦାନ କରିଥିଲେ । ଭବାନୀପାଟଣା ରକ୍ତଭଣ୍ଡାର ଏଲ.ଟି ସଞ୍ଜିବ ମହାକୁଡ, କୃଷ୍ଣଚନ୍ଦ୍ର ସାହୁ, ଅଜିତ କୁମାର ନାଏକ, ଡମ୍ବରୁଧର ସାହୁ ରକ୍ତ ସଂଗ୍ରହ କରିଥିଲେ । ସମ୍ବାଦ ପ୍ରତିନିଧି ଭଜଶ୍ୟାମ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ମାନସ ରଞ୍ଜନ ବାଗ, ଯୁବରେଡକ୍ରସ ଅଧିକାରୀ ତଥା ଅଧ୍ୟାପକ ସମୀର ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ମଙ୍ଗଳ ମାଝୀ, ମାନେର ନାଗ, ମାଧବ ରଣା ଅନ୍ୟ ମାନଙ୍କ ମଧ୍ୟରେ ବ୍ରଜକିଶୋର ସାହୁ, ଚିନ୍ମୟ ସାହୁ, ତ୍ରିଶଙ୍କ ରଣା, ଚମ୍ପୁଲାଲ ରଣା, ଡଲେଶ୍ୱର ରଣା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସମ୍ବାଦ ପକ୍ଷରୁ ସମ୍ବଲପୁର ଠାରେ ଅନୁଷ୍ଠିତ ଓଡିଶା ୫୦ ତାଲିମ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା କର୍ଲାମୁଣ୍ଡା ବ୍ଲକରେ ସସ୍ମିତା ସାହୁ, ବୈଜନ୍ତୀ ସାହୁ, ଡାଲିମ୍ବ ସାହୁ ମୁଖ୍ୟ ଅତିଥିଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ସପ୍ତମ ଦିନ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ

masiha

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!