ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା 

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା 

 ମ.ରାମପୁର,୧୫/୧୨( ମସୀହା): ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍ବର୍ଗତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ, ସଂସ୍କୃତିଵିତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା ଯୁଗଯାତ୍ରୀ ସାହିତ୍ୟ ସାଂସଦ ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି l ପ୍ରଥମେ ସ୍ୱର୍ଗତଙ୍କ ଫଟୋ ରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ବଳନ କରାଯାଇଥିଲା l ଏହାପରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ଉପସ୍ଥିତ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ଉଦୟ କୁମାର ନାଏକ, ହୃଦାନନ୍ଦ ସାହୁ, ରଜନୀକାନ୍ତ ମହାଖୁଡ, ପ୍ରକାଶ ଚନ୍ଦ୍ର ସାହୁ, ରାକେଶ ଶତପଥୀ, ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ବିଭୂତି ଭୂଷଣ ମାହାଖୁଡ,ସତ୍ୟନାରାୟଣ ସାହୁ, ଅଧ୍ୟାପିକା ଲିପ୍ସାମୟୀ ଦୁବେ,ନିଲ ପ୍ରତାପ ସିଂହଦେଓ, ନାରାୟଣ ମହାଳିକ , ଧର୍ମରାଜ ସାହୁ, ସୁନିତା ଧଙ୍ଗଡ଼ା ମାଝୀ ପ୍ରମୁଖ ତାଙ୍କ ଅବର୍ତ୍ତମାନ ରେ ଏକ ବିରାଟ ଶୂନ୍ୟସ୍ଥାନ ରହିଗଲା ଏହି ସ୍ଥାନ କେହି ପୂରଣ କରି ପାରିବେ ନାହିଁ ବୋଲି କହି ସ୍ମୃତି ଚାରଣ କରିଥିଲେ l ସଂପାଦକ ହେମନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ସଦସ୍ୟ ପରମାନନ୍ଦ ବିଶି ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ରାମପୁର ଏସସି ପରିବାର ଉପରେ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

Sunil Chandra Nayak

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଧର୍ମଗଡ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

Sunil Chandra Nayak

Leave a Comment

error: Content is protected !!