ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷତା ବୃଦ୍ଧି କର୍ମଶାଳା

ଦକ୍ଷତା ବୃଦ୍ଧି କର୍ମଶାଳା

କୋରାପୁଟ/ତା-14.12.2023. // ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ( Skill Development Training Centre Koraput ) କୋରାପୁଟ ଠାରେ ଆଶା, ଅଙ୍ଗନବାଡି କର୍ମୀ, ଏଏନଏମ, ସ୍ୱାସ୍ଥ୍ୟ ପରିଦର୍ଶକ, ଆଇସିଡିଏସ ପରିଦର୍ଶକ ଓ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ମାନଙ୍କର ୩ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇ ଯାଇଛି l

ଏଥିରେ କୋରାପୁଟ ବ୍ଲକ ଓ ସେମିଲିଗୁଡା ବ୍ଲକ ର ମୋଟ ଦଶ ଗୋଟି ହାଇଟଚ(HIGH TOUCH)ଅଙ୍ଗନବାଡି କେନ୍ଦ୍ର ର ସମସ୍ତ ଆଶା, ଅଙ୍ଗନବାଡି ଦିଦି ଓ ଏଏନଏମ ଓ ପରିଦର୍ଶକ ମାନଙ୍କୁ ମିଶେଇ ମୋଟ ଚାଳିଶି ଜଣ ଭାଗ ନେଇଥିଲେ l

ଉଦଘାଟନ ଅଧିବେଶନ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁପମା କୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଅରୁଣ କୁମାର ପାଢ଼ୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଜାତୀୟ ସ୍ୱାସ୍ଥ୍ୟ ମିଶନ ଶ୍ରୀ ଶୁଭକାନ୍ତ ଗନ୍ତାୟତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ଶୁଭନାରାୟଣ ନାୟକ, କାର୍ଯ୍ୟକ୍ରମ ର ରାଜ୍ୟ ପ୍ରମୁଖ ଶ୍ରୀ ବାସୁଦେବ ମାଳ ବିଶୋୟୀ, ଶିଶୁ ବିକାଶ ଅଧିକାରୀ କୋରାପୁଟ ଓ ସେମିଲିଗୁଡା ଓ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କୋରାପୁଟ ଓ ସେମିଲିଗୁଡା ପ୍ରମୁଖ ଯୋଗଦେଇଥିଲେ l

କାର୍ଯ୍ୟକ୍ରମ ଟି ନୀତି ଆୟୋଗ ଭାରତ ସରକାର, ଭାନଲୀର ଫାଉଂଡେସନ, ଜିଲ୍ଲା ପ୍ରଶାସନ ଓ ଭିକ୍ରମଶିଲା ର ମିଳିତ ଉଦ୍ୟମରେ ଆୟୋଜନ ହୋଇଥିଲା l ଏଥିରେ ପ୍ରଥମ ଏକ ହଜାର ଦିନରେ ଯଥା ଗର୍ଭବତୀ ମା ର ଗର୍ଭଧାରଣ ଦିନରୁ ଶିଶୁ ର ୨ ଵର୍ଷ ପର୍ଯ୍ୟନ୍ତ ମା ଓ ଶିଶୁ ଉଭୟ ଙ୍କ ର ମାନସିକ ଓ ଶାରୀରିକ ବିକାଶ, ସେବା, ଯତ୍ନ ଓ ଲାଳନ ପାଳନ କୁ ନେଇ ଦକ୍ଷତା ବୃଦ୍ଧି ଉଧେଶ୍ୟ ରେ କର୍ମଶାଳା ଆୟୋଜନ କରାଯାଇଅଛି l ଏହା 14 ରୁ 16 ପର୍ଯ୍ୟନ୍ତ ଜାରିରହିବ l

ଏହି କାର୍ଯ୍ୟକ୍ରମ କୁ ଭିକ୍ରମଶିଲା ଅନୁଷ୍ଠାନ ର ରାଜ୍ୟ ପ୍ରମୁଖ ଶ୍ରୀ ବାସୁଦେବ ମାଲବିଷୋୟୀ ଆୟୋଜନ ଓ ପରିଚାଳନା କରିଥିଲେ l ତାଲିମ ଦେବାପାଇଁ ଉତ୍ତର ପ୍ରଦେଶ ଫତେପୁର ଜିଲ୍ଲା ରୁ ଶ୍ରୀ ଆରୟନ କୁଶ୍ୱା, କୋରାପୁଟ ବିକ୍ରମଶିଲା ରୁ ଏସ ଗୁଣବତୀ, ତାପସ ରଞ୍ଜନ ବେହେରା ଓ ବ୍ଲେସି ବାଘ ପ୍ରମୁଖ ଭାଗ ନେଇଥିବା ଜଣାପଡିଥିଲା।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର, ମିଳି ପାରିଲା ନାହିଁ ଆମ୍ୱୁଲେନ୍ସ୍ ସେବା 

Sunil Chandra Nayak

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

masiha

ବୃକ୍ଷ ହିଁ ସକଳ ଶକ୍ତି ର ଆଧାର , ବୃକ୍ଷ ହିଁ ଜୀବନ

Leave a Comment

error: Content is protected !!