ଯୁବକଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବାର
ବାଲେଶ୍ବର,୧୫/୧୨/୨୭- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଖଇରା ପଞ୍ଚାୟତ ଆଳଦା ଗ୍ରାମର ହିମାଂଶୁ ଶେଖର ପାଇକରାୟ ଓରଫ ଦୁଗୁ ପାଇକରାୟଙ୍କର ଅକାଳ ବିୟୋଗ ଘଟିଛି । ଶ୍ରୀ ପାଇକରାୟ ପ୍ରାୟ ୩ ମାସରୁ ଉର୍ଦ୍ଧ୍ବ ହେବ ଲିଭର ଜଣ୍ଡିସ ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ନିକଟସ୍ଥ ଖଇରା ମେଡ଼ିକାଲକୁ ପରିବାର ଲୋକେ ନେଇଥିଲେ । ସେଠାରେ ସମସ୍ତ ପ୍ରକାର ଚିକିତ୍ସା ପରେ ତା ୧୫/୧୨/୨୦୨୩ ରିଖ ଶୁକ୍ରବାର ଭୋର ଘ୫.୦୫ମି. ରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ବେଳକୁ ତାଙ୍କର ବୟସ ୪୭ ବର୍ଷ ହୋଇଥିଲା । ବିଧବା ପତ୍ନୀ ରୀତାରାଣୀ ନାଥଙ୍କ ସମେତ ତାଙ୍କର ଏକମାତ୍ର କନ୍ୟା ଅଛି । ସେ ଜଣେ ସରଳ, ନିଷ୍କପଟ, ନିରୀହ, ମେଳାପୀ, ସଚ୍ଚୋଟ, ପରୋପକାରୀ ବ୍ଯକ୍ତି ଥିଲେ । ପିତା ଗଜେନ୍ଦ୍ର ପ୍ରସାଦ ପାଇକରାୟଙ୍କର ସେ ଥିଲେ ବଡ ପୁତ୍ର । ପରିବାର, ସାହିପଡିଶା, ସାଙ୍ଗସାଥୀ, ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ ଏବଂ ଶ୍ରୀ ପାଇକରାୟଙ୍କୁ ଭଲ ପାଉଥିବା ସଖାସହୋଦର ମାନେ ଖବରପାଇ ଆଳଦାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କର ଅକାଳ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।