ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବକଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବାର

ଯୁବକଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବାର

ବାଲେଶ୍ବର,୧୫/୧୨/୨୭- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଖଇରା ପଞ୍ଚାୟତ ଆଳଦା ଗ୍ରାମର ହିମାଂଶୁ ଶେଖର ପାଇକରାୟ ଓରଫ ଦୁଗୁ ପାଇକରାୟଙ୍କର ଅକାଳ ବିୟୋଗ ଘଟିଛି । ଶ୍ରୀ ପାଇକରାୟ ପ୍ରାୟ ୩ ମାସରୁ ଉର୍ଦ୍ଧ୍ବ ହେବ ଲିଭର ଜଣ୍ଡିସ ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ନିକଟସ୍ଥ ଖଇରା ମେଡ଼ିକାଲକୁ ପରିବାର ଲୋକେ ନେଇଥିଲେ । ସେଠାରେ ସମସ୍ତ ପ୍ରକାର ଚିକିତ୍ସା ପରେ ତା ୧୫/୧୨/୨୦୨୩ ରିଖ ଶୁକ୍ରବାର ଭୋର ଘ୫.୦୫ମି. ରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ବେଳକୁ ତାଙ୍କର ବୟସ ୪୭ ବର୍ଷ ହୋଇଥିଲା । ବିଧବା ପତ୍ନୀ ରୀତାରାଣୀ ନାଥଙ୍କ ସମେତ ତାଙ୍କର ଏକମାତ୍ର କନ୍ୟା ଅଛି । ସେ ଜଣେ ସରଳ, ନିଷ୍କପଟ, ନିରୀହ, ମେଳାପୀ, ସଚ୍ଚୋଟ, ପରୋପକାରୀ ବ୍ଯକ୍ତି ଥିଲେ । ପିତା ଗଜେନ୍ଦ୍ର ପ୍ରସାଦ ପାଇକରାୟଙ୍କର ସେ ଥିଲେ ବଡ ପୁତ୍ର । ପରିବାର, ସାହିପଡିଶା, ସାଙ୍ଗସାଥୀ, ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ ଏବଂ ଶ୍ରୀ ପାଇକରାୟଙ୍କୁ ଭଲ ପାଉଥିବା ସଖାସହୋଦର ମାନେ ଖବରପାଇ ଆଳଦାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କର ଅକାଳ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

Sunil Chandra Nayak

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

masiha

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

Leave a Comment

error: Content is protected !!