ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠା ପକ୍ଷରୁ ତ୍ରିଦିବସିୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ର ବିକାଶ ପାଇଁ କର୍ମଶାଳା

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠା ପକ୍ଷରୁ ତ୍ରିଦିବସିୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ର ବିକାଶ ପାଇଁ କର୍ମଶାଳା

ଧର୍ମଗଡ ବ୍ଲକ ର ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତ୍ରିଦିବସିୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ର ବିକାଶ ପାଇଁ କର୍ମଶାଳା ର ଶୁଭ ଉଦ୍ଘାଟନ ହୋଇଯାଇଛି । ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପଙ୍କଜିନି ମାଝୀ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ ।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ଓ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ରାଜୀବ ଲୋଚନ ପଣ୍ଡା ଯୋଗଦେଇ କର୍ମଶାଳା ରେ ବିଭିନ୍ନ କ୍ଲଷ୍ଟର୍ ରୁ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୁ ସୁଦୃଢ କରିବା ପାଇଁ ଆବଶ୍ୟକ ଶିକ୍ଷଣ ସାମଗ୍ରୀ ଗୁଡିକ ର ପ୍ରସ୍ତୁତ ପ୍ରଣାଳୀ ଶିଖାଇଥିଲେ । ପ୍ରଥମ ରୁ ତୃତୀୟ ପର୍ଯ୍ୟନ୍ତ ସବୁ ପିଲା ଯେମିତି ଅକ୍ଷର ରୁ ବାକ୍ୟ ପର୍ଯ୍ୟନ୍ତ ପଢ଼ି,ଲେଖି ବୁଝି ଏହାର ଉପଯୁକ୍ତ ବ୍ୟବହାର କରି ପାରୁଥିବେ ତଥା ସଂଖ୍ୟା କୁ ଚିହ୍ନଟ କରି ଉପଯୁକ୍ତ ବ୍ୟବହାର କରିବା ପାଇଁ ଏହି ସୁନ୍ଦର ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ର ବହୁଳ ବ୍ୟବହାର ର ଆବଶ୍ୟକତା ଅଛି ବୋଲି ବିଇଓ ଶ୍ରୀମତୀ ମାଝୀ ପ୍ରକାଶ କରିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଶ୍ୱଜିତ୍ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନ ସଭାକୁ ବରିଷ୍ଠ ଶିକ୍ଷକ ଶ୍ରୀ ବଟକୃଷ୍ଣ ବେହେରା ପରିଚାଳନା କରିଥିଲେ । କର୍ମଶାଳାରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖୁବ୍ ସୁନ୍ଦର ଓ ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ ସବୁ ପ୍ରସ୍ତୁତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେକାର ଯୁବକଙ୍କ ନିଯୁକ୍ତି ନେଇ ଗୋପାଳପୁର ପୋର୍ଟ ଫାଟକରେ ଗଣଧାରଣା 

Sunil Chandra Nayak

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

ଶତାୟୁ ବି. ବି. ହାଇସ୍କୁଲ, ଢେଙ୍କାନାଳର ଚଳିତ ବର୍ଷ ଏ ୱାନ ଗ୍ରେଡ୍ ପ୍ରାପ୍ତ ଛାତ୍ରୀ ଛାତ୍ର ରୋଟାରୀ କ୍ଲବ୍ ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!