ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠା ପକ୍ଷରୁ ତ୍ରିଦିବସିୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ର ବିକାଶ ପାଇଁ କର୍ମଶାଳା
ଧର୍ମଗଡ ବ୍ଲକ ର ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତ୍ରିଦିବସିୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ର ବିକାଶ ପାଇଁ କର୍ମଶାଳା ର ଶୁଭ ଉଦ୍ଘାଟନ ହୋଇଯାଇଛି । ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପଙ୍କଜିନି ମାଝୀ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ ।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା ଓ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ରାଜୀବ ଲୋଚନ ପଣ୍ଡା ଯୋଗଦେଇ କର୍ମଶାଳା ରେ ବିଭିନ୍ନ କ୍ଲଷ୍ଟର୍ ରୁ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୁ ସୁଦୃଢ କରିବା ପାଇଁ ଆବଶ୍ୟକ ଶିକ୍ଷଣ ସାମଗ୍ରୀ ଗୁଡିକ ର ପ୍ରସ୍ତୁତ ପ୍ରଣାଳୀ ଶିଖାଇଥିଲେ । ପ୍ରଥମ ରୁ ତୃତୀୟ ପର୍ଯ୍ୟନ୍ତ ସବୁ ପିଲା ଯେମିତି ଅକ୍ଷର ରୁ ବାକ୍ୟ ପର୍ଯ୍ୟନ୍ତ ପଢ଼ି,ଲେଖି ବୁଝି ଏହାର ଉପଯୁକ୍ତ ବ୍ୟବହାର କରି ପାରୁଥିବେ ତଥା ସଂଖ୍ୟା କୁ ଚିହ୍ନଟ କରି ଉପଯୁକ୍ତ ବ୍ୟବହାର କରିବା ପାଇଁ ଏହି ସୁନ୍ଦର ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ର ବହୁଳ ବ୍ୟବହାର ର ଆବଶ୍ୟକତା ଅଛି ବୋଲି ବିଇଓ ଶ୍ରୀମତୀ ମାଝୀ ପ୍ରକାଶ କରିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଶ୍ୱଜିତ୍ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନ ସଭାକୁ ବରିଷ୍ଠ ଶିକ୍ଷକ ଶ୍ରୀ ବଟକୃଷ୍ଣ ବେହେରା ପରିଚାଳନା କରିଥିଲେ । କର୍ମଶାଳାରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖୁବ୍ ସୁନ୍ଦର ଓ ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ ସବୁ ପ୍ରସ୍ତୁତ କରିଥିଲେ।