ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର ଓ ବାଇକ ମଧ୍ୟରେ ଧକ୍କା, ଦମ୍ପତିଙ୍କ ମୃତ୍ୟୁ

ପାପଡାହାଣ୍ଡି,2/6, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଶୁକ୍ରବାର ଏକ କାର ଓ ବାଇକ ମଧ୍ୟରେ ଧକ୍କା ହୋଇ ବାଇକରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି | ଉଭୟଙ୍କ ଶବ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି | ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି | ସୂଚନା ମୁତାବକ ପ୍ରହ୍ଲାଦ ଖଞ୍ଜା ଓ ତାଙ୍କ ପତ୍ନୀ ଝୁନକି ଖଞ୍ଜା ଏକ ବାଇକ ନମ୍ବର OR 24A 4613 ରେ ପାପଡାହାଣ୍ଡି ରୁ ନିଜ ଘର ମୋକିଆ ଯିବା ସମୟରେ ତଣ୍ଡାଗୁଡା ନିକଟରେ ବିପରୀତ ଦିଗରୁ ଆସୁଥିବା କାର ନମ୍ବର OD 24F 8642 ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଏଥିରେ କାର ଓଲୋଟି ପଡି ଓ ବାଇକ ଦମ୍ପତି ଛିଟକି ଯାଇ ଜମି ଭିତରେ ପଡ଼ିଥିଲେ | ଝୁନକିକୁ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଓମ ପ୍ରକାଶ ଦାସ ଓ ପ୍ରହ୍ଲାଦଙ୍କୁ ଏକ ଅଟୋ ସାହାଯ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ | ଯେଉଁ ଠାରେ ଡାକ୍ତର ଉଭୟ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗାଡିମୋଟର ଯାଞ୍ଚ, ଜଣେ ଗିରଫ

Sunil Chandra Nayak

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

masiha

ଅବକାରୀ ଚଢାଉ: ୬୩ ଲିଟର ମଦ ଜବତ

masiha

Leave a Comment

error: Content is protected !!