ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାବାସ୍ ଧର୍ମଗଡ଼ ପୋଲିସ୍… ଡ଼ାକ୍ତର ଙ୍କ ଘରୁ ଡ଼କାୟତି ଘଟଣାରେ ଡାକ୍ତରଙ୍କ ନିକଟତମ ଅଭିଯୁକ୍ତ ଗିରଫ ସ୍କୁଟି ଓ ଚୋରି ସୁନା ମୁଦି ଜବତ….

ସାବାସ୍ ଧର୍ମଗଡ଼ ପୋଲିସ୍…

ଡ଼ାକ୍ତର ଙ୍କ ଘରୁ ଡ଼କାୟତି ଘଟଣାରେ ଡାକ୍ତରଙ୍କ ନିକଟତମ ଅଭିଯୁକ୍ତ ଗିରଫ

ସ୍କୁଟି ଓ ଚୋରି ସୁନା ମୁଦି ଜବତ….

ଧର୍ମଗଡ଼: ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ସରକାରୀ ଡାକ୍ତର ଅଜିତ ଦାସଙ୍କ ସରକାରୀ ବାସଭବନରେ ଘଟିଥିବା ଡକାୟତି ଘଟଣାର ନୂଆ ଟୁଇଷ୍ଟ। ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ଲୁଟ୍ ସିନେମା ଷ୍ଟୋରୀ ଭଲି…।ଗିରଫ ଅଭିଯୁକ୍ତ ଡାକ୍ତର ଙ୍କ ଅତି ନିକଟତମ ଲୋକ। ସେ ଡାକ୍ତରଙ୍କୁ ଏକ ଘରୋଇ କ୍ଲିନିକ୍ କୁ ମଟର ସାଇକେଲ ରେ ବସାଇ ନିୟମିତ ନେଉଥିଲା। ତେଣୁ ଡାକ୍ତର କେଉଁଠି କଣ ରଖିଛନ୍ତି ସବୁ ଜାଣିଥିଲା।ସହଯୋଗୀ ମାନଙ୍କ ସହ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା। ଏକଥା ଡାକ୍ତର ବାବୁ ଜାଣିବେ ବା କିପରି?

ସବୁଠାରୁ ଆଶ୍ଚର୍ଯ୍ୟ କର ଘଟଣା ଏହି ଯେ, ଘରୁ ଲୁଟ୍ ପରେ ଡାକ୍ତର ଉକ୍ତ ସରକାରୀ କ୍ୱାର୍ଟର ରେ ରାତିରେ ଶୋଇବାକୁ ଭୟ କରୁଥିଲେ ତେଣୁ ସେ ସେହି ଅଭିଯୁକ୍ତ ସହିତ ହିଁ ରାତିରେ କ୍ଵାଟରରେ ଶୋଉଥିଲେ। ତାଙ୍କ ପାଖେ ପାଖେ ଥିବା ନିକଟତମ ବ୍ୟକ୍ତି ହିଁ ଯେ ଅଭିଯୁକ୍ତ ତାହା ଡାକ୍ତର ଙ୍କ ଧାରଣା ର ବାହାରେ ଥିଲା।

ହେଲେ ଏହି ଘଟଣାର ରହସ୍ୟ ର ଉନ୍ମୋଚନ କରିଛି ଧର୍ମଗଡ଼ ଥାନା ପୋଲିସ।

ଘଟଣାରେ ସମ୍ପୃକ୍ତ ଥିବା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କାଶିବାହାଲ ଗ୍ରାମର ସୁଧୀର ତାଣ୍ଡି ଓରଫ ମୋଟୁ (୨୭)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ଡକାୟତିରେ ବ୍ୟବହୃତ ଏକ ସ୍କୁଟି ଏବଂ ଲୁଟ ହୋଇଥିବା ସୁନା ମୁଦି ଜବତ କରାଯାଇଛି। 

ସୂଚନା ଅନୁଯାୟୀ, ଗତ ୧୧ ଜୁଲାଇ ବିଳମ୍ବିତ ରାତିରେ ଚାରିଜଣ ଦୁର୍ବୃତ୍ତ ଡାକ୍ତର ଅଜିତ ଦାସଙ୍କ ବାସଭବନରେ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଡାକ୍ତରଙ୍କୁ ବାନ୍ଧି ଦେଇ ଘରୁ ଦୁଇଟି ସୁନା ଚେନ୍, ଦୁଇଟି ସୁନା ମୁଦି ଏବଂ ପ୍ରାୟ ୮୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ। ଘଟଣାଟି ଧର୍ମଗଡ଼ ସହର ତଥା ଡାକ୍ତରଖାନା ପରିସରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଥିଲା। ଘଟଣା ପରେ ଡାକ୍ତରଙ୍କ ଅଭିଯୋଗ ଆଧାରରେ ଧର୍ମଗଡ଼ ଥାନାରେ କେସ୍ ନମ୍ବର ୨୯୧/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଭୁବନେଶ୍ୱରୀ ହରିଜନ (୧୯) ଓ କୁମାରୀ ହରିଜନ (୨୦)ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। କାସିବାହାଲ ଗ୍ରାମର ସୁଧୀର ତାଣ୍ଡି ଓରଫ ମୋଟୁଙ୍କ ଏହି ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ସୂଚନା ପୋଲିସ ହାତକୁ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରିଥିଲା। ତଦନ୍ତ ସମୟରେ ଡକାୟତିରେ ବ୍ୟବହୃତ ଏକ ସ୍କୁଟି ଜବତ କରିଥିବା ବେଳେ ଲୁଟ ହୋଇଥିବା ସୁନା ମୁଦି ମଧ୍ୟ ଉଦ୍ଧାର କରାଯାଇଛି। ଆଜି ଏହି ଡକାୟତି ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସୁଧୀର ତାଣ୍ଡି ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରି ପୋଲିସ ଅଧିକାରୀ ଲୋରିସ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି। ତେଣୁ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି। ଲୁଟ ହୋଇଥିବା ଅନ୍ୟ ସାମଗ୍ରୀ ଓ ଟଙ୍କା ସମ୍ପର୍କରେ ମଧ୍ୟ ପୋଲିସ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଧରାଯିବା ସହ ଧର୍ମଗଡ଼ ଥାନା ପକ୍ଷରୁ ସହରରେ ଚୋରି, ଡକାୟତି ଓ ଅନ୍ୟ ଅପରାଧ ରୋକିବା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂକୁ ଗୁରୁତ୍ୱ ଦିଆଯାଉଛି ବୋଲି ଧର୍ମଗଡ ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

masiha

ରାଇରଙ୍ଗପୁର କୋର୍ଟ ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

Sunil Chandra Nayak

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

masiha

Leave a Comment

error: Content is protected !!