ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବବୋଧୁର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତେଜନା

ନବବୋଧୁର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତେଜନା

ପାପଡାହାଣ୍ଡି,20/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବୋଧୁଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଶନିବାର ଉତେଜନା ଦେଖାଦେଇଛି | ନବବୋଧୁଙ୍କ ମା ଘର ଲୋକ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଏତଲା ଦେଇଥିବା ବେଳେ ସ୍ୱାମୀ ଘର ଫାସି ହୋଇ ଆତ୍ମହତ୍ୟା କରିଥିବା କହିଛନ୍ତି | ସୂଚନା ମୁତାବକ ଭିମାସାହିର ଶିକ୍ଷକ ସୁଦାମ ସେଠି ମାଲକାନଗିରି ଜିଲ୍ଲା କେନାଲ କଲୋନୀର ଗୀତା ସେଠିଙ୍କୁ ଛଅ ମାସ ତଳେ ବିବାହ କରିଥିଲେ | ତେବେ ଶୁକ୍ରବାର ଅପରାହ୍ନ 2 ଘଣ୍ଟ ସମୟରେ ଗୀତାଙ୍କୁ ମେଡିକାଲରେ ଭର୍ତି କଲେ ସ୍ୱାମୀ | ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେଇ ସ୍ୱାମୀ ସୁଦାମ ମାଲକାନଗିରି ଫୋନ କରି ଗୀତା ଫାସୀ ହୋଇଥିବା ନେଇ ଜଣାଇବା ପରେ ପରିବାର ଲୋକ ରାତ୍ର 9.30 ଘଣ୍ଟା ସମୟରେ ଥାନାରେ ପହଁଚି ଯୌତୁକ ଜନିତ କାରଣରୁ ଝିଅକୁ ସ୍ୱାମୀ, ନଣନ୍ଦ, ଶାଶୁ ଓ ଭଣଜା ନିର୍ଯ୍ୟାତନା ଦେଉଥିବା ଓ ଗୀତା କୁ ମାରିଦେଇଥିବା ନେଇ ଥାନାରେ ଏତଲା ଦେଇଥିଲେ | ଶନିବାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟଣାକୁ ଉଭୟ ପକ୍ଷ ମଧ୍ୟରେ ମହିଳା ମାନଙ୍କ ମଧ୍ୟରେ ମାର ପିଟ ହୋଇଥିଲା | ପରେ ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ କୁମାର ଜେନା ପହଁଚି ବୁଝା ସୁଝା କରିବା ପରେ ମା ଘର ଲୋକ ହଟିଥିଲେ | ଅଭିଯୁକ୍ତ ମାନଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ଶବ ବ୍ୟାବଛେଦ କରିବୁ ନାହିଁ ବୋଲି ଜିଦ ଧରିଥିଲେ | ମା ଘର ଅଧକ୍ଷା କାଦମ୍ବିନି ତ୍ରିପାଠୀ ପହଁଚି ଝିଅକୁ ନ୍ୟାୟ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଥିଲେ | କେଉଁ ପରିସ୍ଥିତିରେ ଅଭିଯୁକ୍ତ ଫେରାର ହେଲେ ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରି ଗିରଫ ପରେ ଶବ ନିଆଯିବ ବୋଲି କହିଥିଲେ | ପରେ ପୋଲିସ ସାତ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ ଲାଗି ପ୍ରତିଶୃତି ଦେବା ପରେ ଶବ ବ୍ୟାବଛେଦ ଲାଗି ପଠାଯାଇଥିଲା | ଏ ନେଇ ଥାନାରେ କେସ ନମ୍ବର 37 /24ରେ ମାମଲା ରୁଜୁ ହୋଇଛି | ଅଭିଯୁକ୍ତ ମାନେ ଫେରାର ରହିଛନ୍ତି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାଲ କାଗଜ ଜାତ ରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

Sunil Chandra Nayak

ଭିଜିଲାନ୍ସ ଜାଲରେ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ

Sunil Chandra Nayak

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

Sunil Chandra Nayak

Leave a Comment

error: Content is protected !!