ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦରପୁର କଲେଜରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆରମ୍ଭ 

କନ୍ଦରପୁର କଲେଜରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆରମ୍ଭ 

କଟକ : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ଵାରା ” ବିଶ୍ଵ ଓଡ଼ିଆ ସମ୍ମିଳନୀ” ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ “ନୂଆ – ଓ” ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ରାଜ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ “ନୂଆ – ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜରେ ଆରମ୍ଭ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ କନ୍ଦରପୁର କଲେଜର ଓଡ଼ିଆ ବିଭାଗ ଦ୍ଵାରା ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଓଡିଆ ସାହିତ୍ୟ ପଠନ କ୍ଲବ, ଛାତ୍ରଛାତ୍ରୀମାନଙ୍କ ଭିତରେ ଅନ୍ତର୍ନିହିତ ଥିବା ଓଡ଼ିଆ ଭାଷାଜ୍ଞାନ ଉପରେ ଦକ୍ଷତା ତଥା ନିଜର ବିବିଧ ଭାଷା କୌଶଳ ପ୍ରଦର୍ଶନ କରିବା ନିମନ୍ତେ କଲେଜରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। କଲେଜର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ଅଞ୍ଜଳି ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ କଲେଜ ଅଧ୍ୟକ୍ଷା ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ପ୍ରଶାସନିକ ଅଧିକାରୀ ଡ଼ ସ୍ମିତା ମହାନ୍ତି, ପ୍ରାଧ୍ୟାପକ ଡ଼ ଅଲେଖ ଚନ୍ଦ୍ର ସାହୁ, ଅଧ୍ୟାପିକା ଜ୍ୟୋତିର୍ମୟୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଏହି ଉଦଘାଟନୀ ସମାରୋହକୁ ଅଧ୍ୟାପିକା ସୁଭସ୍ମିତା ସାହୁ ପରିଚାଳନା କରିଥିବାବେଳେ ନୋଡାଲ ଅଫିସର ଅଧ୍ୟାପିକା ବିଶ୍ଵ କଲ୍ୟାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେଉରିଆ, ଅଧ୍ୟାପିକା ଦୀପାଳି ରାଉତ, ଦିବ୍ୟଜ୍ୟୋତି ସାହୁ, ସଂଗ୍ରାମ ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ସହଯୋଗ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ , ସମସ୍ୟାର ସମାଧାନ ନେଇ ଜଣାଇଲେ ୧୧ଦଫା ଦାବି , ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ

ସମ୍ବିଧାନ ହତ୍ୟା ଦିବସ ୨୦୨୫ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

masiha

Service Activities and Felicitation Ceremony Organized by Bharatiya Kisan Sangh Cuttack District Branch.

Sunil Chandra Nayak

Leave a Comment

error: Content is protected !!