ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

କୋକସରା,୧୯/୧ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଚାଷୀମାନେ କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମେଗା ଲିଫ୍ଟ ପଏଣ୍ଟରୁ ଜଳ ନିଷ୍କାସନ ହେଉ ନଥିବାରୁ ମରାମତି ପାଇଁ ଦାବି କରିଛନ୍ତି। ସୂଚନା ଅନୁସାରେ ସିର୍ଲିଗୁଡା ଠାରେ ଡିଏମ୍-୧୩ ରୁ ଜଳ ନିଷ୍କାସନ ପାଇଁ ରହିଥିବା ଅନେକ ପଏଣ୍ଟରେ ଏବେ ଜଳ ନିଷ୍କାସନ ହେଉନାହିଁ। ପାଣି ଛାଡ଼ିବା ପରେ ପ୍ରଥମ ଦିନରୁ ଅଳ୍ପ ଅଳ୍ପ ପାଣି ନନିଷ୍କାସନ ହେଉଥିଲା। ଯାହାକୁ ଦେଖି ତଲି ପକାଇଥିଲେ ଚାଷୀ। ବର୍ତ୍ତମାନ ତଲି ଘେରା ପ୍ରସ୍ତୁତ ହୋଇଥିବା ବେଳେ ପ୍ରାୟ ୩ଦିନ ହେବ ଉକ୍ତ ପଏଣ୍ଟ ଗୁଡ଼ିକରେ ଜଳ ନିଷ୍କାସନ ହେଉନାହିଁ। ଫଳରେ ଚାଷୀମାନେ ଚିନ୍ତାରେ ପଡି ଆଜି କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ କାର୍ଯ୍ୟାଳରେ ପହଞ୍ଚି ଥିଲେ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜେକେଏମ୍ ଆଚାର୍ଯ୍ୟଙ୍କୁ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଡିଏମ୍ -୧୩ର ଉକ୍ତ ଜଳ ନିଷ୍କାସନ କେନ୍ଦ୍ର ନିକଟରେ ବାଲିବନ୍ଧ ଦେଇ ସମ୍ପୂର୍ଣ ମାତ୍ରାରେ ପାଣି ପ୍ରବେଶ କରାଇବା ପାଇଁ ଦାବି କରିଥିଲେ। ତେବେ ଅଭିଯୋଗ ପାଇବା କ୍ଷଣି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସିର୍ଲିଗୁଡା ଗାଁକୁ ପହଞ୍ଚି ଥିଲେ ଏବଂ ଚାଷୀ ମାନଙ୍କ ସହ ଉକ୍ତ ଜଳ ନିଷ୍କାସନ କେନ୍ଦ୍ର ନିକଟକୁ ପହଞ୍ଚି ସ୍ଥିତି ପରଖିଛନ୍ତି ଏବଂ ଦୁଇ ଦିନ ଭିତରେ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସିର୍ଲିଗୁଡା ଗ୍ରାମର ବସନ୍ତ ନାଗ, ଦମବୁଡ଼ା ନାଗ, ଭୂଷଣ ମହାନନ୍ଦ, ଦୀପକ ସାହୁ, ଚନ୍ଦ୍ର ଶେଖର ସୁନାନୀ, ବିଜୟ ନାଗ, ବୃନ୍ଦାବନ ନାୟକ, ଅଜୟ କୁମାର ସାହୁ, ଗୟାଧର ନାୟକ, ଦୁଷ୍ମନ୍ତ ନାଗ, ପୁସ୍ତମ୍ ନାଗ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।

ମସିହା ନିୟୁଜ ସର୍ଭିସ୍

Related posts

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ 

Sunil Chandra Nayak

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ : ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ

Leave a Comment

error: Content is protected !!