ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁରୀରୁ ଚୋରି ହୋଇଥୂବା ବସକୁ କେନ୍ଦ୍ରାପଡା ପୋଲିସ ଦ୍ୱାରା ଜବତ 

ପୁରୀରୁ ଚୋରି ହୋଇଥୂବା ବସକୁ କେନ୍ଦ୍ରାପଡା ପୋଲିସ ଦ୍ୱାରା ଜବତ 

କେନ୍ଦ୍ରାପଡ଼ା,: ପୁରୀରୁ ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି । ପୁରୀ ରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡା ଆଡକୁ ବସଟି ଆସୁଥ‌ିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧୂକାରୀ ସରୋଜ କୁମାର ସାହୁଙ୍କୁ ଜଣେ ବରିଷ୍ଠ ପୋଲିସ ଅଧୂକାରୀ ଜଣାଇଥିଲେ । ଖବର ପାଇବା ପରେ ଥାନା ଅଧୂକାରୀ ଶ୍ରୀ ସାହୁ ତୁରନ୍ତ ଏକ ପୋଲିସ ଟିମକୁ ଶ୍ୟାମସୁନ୍ଦରପୁର ଗଡା ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଉପରେ ସେହି ବସକୁ ଜଗିବାକୁ ନିର୍ଦେଶ ଦେଇଥିଲେ। ପୋଲିସ ଟିମ ଜଗିରହିଥ‌ିବା ବେଳେ ଆଜି ପୂର୍ବାହ୍ନ ୯ଟା ବେଳେ ସେହି ବସଟି ଦୃତ ଗତିରେ ପାରାଦୀପ ଆଡୁ ଆସୁଥ‌ିବା ଦେଖୁ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେବି ବସଟି ଅଟକି ନଥିଲା । ଫଳରେ ପୋଲିସ ଗାଡି ସେହି ବସକୁ ଗୋଡାଇ କଜଳା ଗଡା ନିକଟରେ ଅଟକାଇଥିଲା । ପୋଲିସ ‘ଗୋପିନାଥ’ ବସ(ନଂ- ଓଡି-୧୩-ଭି ୭୫୧୫)କୁ ଜବତ କରି ଥାନାକୁ ଆଣିବା ସହ ବସ ଚାଳକ ଙ୍କୁ ଥାନାକୁ ଆଣିଥିଲେ!ତାକୁ ପଚରା ଉଚରା ପରେ ସେ ବସ ଚାଳକ ଜଗତସିଂହପୁର ଜିଲ୍ଲା ହରିସିଂହପୁର ଗ୍ରାମର ଜ୍ଞାନରଞ୍ଜନ ସାହୁ ବୋଲି ଜଣା ପଡିଛି ତାଙ୍କୁ ଅଟକ ରଖୁଥ‌ିବା ଥାନା ଅଧୂକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ, କାହିଁକି ଏଭଳି ନିଷ୍ପତ୍ତି ନେଲେ ଗିରିଜା ମେହେର

Sunil Chandra Nayak

ଭରଣ୍ଡିଆରେ ବହୁ ଚର୍ଚ୍ଚିତ ମହିଳାଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ

masiha

ଗାନ୍ଧୀ ପାର୍କ ରୁ ଚୋରି: ରାତ୍ରି ଜଗୁଆଳି ନିଯୁକ୍ତି ଦାବୀ 

Sunil Chandra Nayak

Leave a Comment

error: Content is protected !!