ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁରିଆ ସାର ଯୋଗାଇ ଦେବା ପାଇଁ ରାସ୍ତା ରୋକ ସହ ଝରିଗାଁ ଲ୍ୟାମ୍ପ ଘେରିଲେ ଚାଷୀ

ୟୁରିଆ ସାର ଯୋଗାଇ ଦେବା ପାଇଁ ରାସ୍ତା ରୋକ ସହ ଝରିଗାଁ ଲ୍ୟାମ୍ପ ଘେରିଲେ ଚାଷୀ

ଝରିଗାଁ(ତା ୧୦/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଚାଷୀ ମାନେ ପ୍ରଶାସନ ପକ୍ଷରୁ ୟୁରିଆ ସାର ଯୋଗାଇ ଦେବା ପାଇଁ ଝରିଗାଁ ଲ୍ୟାମ୍ପ ଘେରାଉ କରିବା ସହ ରାସ୍ତା ରୋକ କରିଥିଲେ।ଆଜି ସକାଳୁ ଝରିଗାଁ ବ୍ଳକର ଶହ ଶହ ଚାଷୀ ୟୁରିଆ ସାର ନେବା ପାଇଁ ଲ୍ୟାମ୍ପ ଗୋଦାମକୁ ଆସିଥିଲେ।ତେବେ ଚାଷୀ ମାନଙ୍କୁ ୪ବସ୍ତା ୟୁରିଆ ବଦଳରେ ୨ବସ୍ତା ୟୁରିଆ ପ୍ରଦାନ କରାଯାଇଥିଲା।ଚାଷ ସମୟରେ ୟୁରିଆ ସାରର ଆବଶ୍ୟକ ଥିବା ବେଳେ ୪ବସ୍ତା ୟୁରିଆ ସାର ଦେବା ପାଇଁ ଚାଷୀ ମାନେ ଦାବି କରିଥିଲେ।ଶେଷରେ କୌଣସି ଉପାୟ ନପାଇ ଶହ ଶହ ଚାଷୀ ଝରିଗାଁ ଲ୍ୟାମ୍ପ କାର୍ଯ୍ୟାଳୟକୁ ଘେରାଉ କରିବା ସହ ରାସ୍ତା ରୋକ କରିଥିଲେ।ପରେ ଝରିଗାଁ ପୋଲିସ ପ୍ରଶାସନର ଉପସ୍ଥିତିରେ ଝରିଗାଁ ଲ୍ୟାମ୍ପ କର୍ମଚାରୀ ସହ ଚାଷୀମାନେ ଆଲୋଚନା କରିବା ପରେ ୪ ବସ୍ତା ୟୁରିଆ ଦେବା ପାଇଁ କହିବା ପରେ ଚାଷୀମାନେ ଶାନ୍ତ ପଡ଼ିଥିଲେ ଏବଂ ଗୋଦାମକୁ ଯାଇ ୪ ବସ୍ତା ଲେଖାଏ ୟୁରିଆ ସାର ନେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରଫେସର ସ୍ବର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ- ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପ୍ରସ୍ତାବ ଗୃହିତ

masiha

ଜିଲ୍ଲାର ୬୦ଜଣ ଦିବ୍ୟାଙ୍ଗ ହେଲେ ଆତ୍ମନିର୍ଭରଶୀଳ 

Sunil Chandra Nayak

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

masiha

Leave a Comment

error: Content is protected !!