ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ରାଉରକେଲା/ ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡଶା ବୋର୍ଡର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ସିଭିଲ ଟାଉନ୍‌ସିପ୍‌ସ୍ଥିତ ନିମ୍ବ୍‌ସ କ୍ୟାରିୟର କୋଚିଂ ସେଣ୍ଟରର ଛାତ୍ରୀ ତାନିଆ ସାହୁ ୯୨.୩୩ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଛେଣ୍ଡସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଭାଗର ଛାତ୍ରୀ ହୋଇଥିବା ବେଳେ ନିମ୍ବ୍‌ସ କୋଚିଂ ସେଂଟରରେ କୋଚିଂ ନେଇ ଆସୁଥିଲେ । ତାଙ୍କର ଏହି ସଫଳତା ପାଇଁ କୋଚିଂ ସେଣ୍ଟର୍ ର ମୁଖ୍ୟ ବିଶ୍ଵଜିିତ୍ ତ୍ରିପାଠୀ ଓ ଅନ୍ୟ ସହପାଠୀବୃନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତା ରାଉରକେଲା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

masiha

ଧର୍ମଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

masiha

ଇନ୍ଦ୍ରାବତୀ ଡ୍ୟାମ ସର୍କଲ : ଚାଲିଛି ଅଜବ ଶାସନ !!

masiha

Leave a Comment

error: Content is protected !!