ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନେଇ ଉତ୍ସବ ମୁଖର ସହର

ଜୁନାଗଡ଼,୬/୧(ନି.ପ୍ର) କଳାହାଣ୍ଡି ହେଉଛି କଳାର ହାଣ୍ଡି, କଳା ,ସଂସ୍କୃତି,ପରମ୍ପରା, ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ କଳାହାଣ୍ଡି ଉତ୍ସବ ପାଳନ କରାଯାଉଛି । ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର ଜୁନାଗଡ଼ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ୭,୮,୯ ତିନି ଦିନ ଧରି ମାଁ ଲଙ୍କେଶ୍ୱରୀ ମଞ୍ଚରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯିବ ଏଥିନେଇ ସମଗ୍ର ଜୁନାଗଡ଼ ସହର ଉତ୍ସବ ମୁଖର ହୋଇପଡିଛି। ପ୍ରଥମ ଦିନ ସକଳେ ତ୍ରିନାଥ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲ ବାହାରି ଉତ୍ସବ ପଡିଆକୁ ଯିବ । ପରେ ଅତିଥିମାନଙ୍କ ଦ୍ୱାରା ମଞ୍ଚ ଉଦଘାଟନ ହେବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଶିଶୁ ବିଚିତ୍ରା, ମାରାଥନ ଦୌଡ଼, କବିତା ପାଠ ଉତ୍ସବ, ମହିଳା ମାନଙ୍କ ବିଭିନ୍ନ ପ୍ରତିଯୋଗିତା, ଐତିହାସିକ ପୃଷ୍ଠ ଭୁମିରେ ଜୁନାଗଡ଼ ସହର ଆଲୋଚନା ଚକ୍ର, ସେହିଭଳି ପ୍ରଥମ ସନ୍ଧ୍ୟାରେ ସମ୍ବଲପୁରି ରୁକୁ ସୁନା ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶେଷ ସନ୍ଧ୍ୟାରେ ଅସୀମା ପଣ୍ଡା ଓ ସାଥିଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା କର୍ଯ୍ୟକ୍ରମ ରହିଛି । ସେହିଭଳି ଲୋକଙ୍କ ମନୋରଂଜନ ପାଇଁ ଉତ୍ସବ ପଡିଆ ଚତୁର ପାର୍ଶ୍ୱରେ ସରକାରୀ ଓ ବେସରକାରୀ ବିଭିନ୍ନ ଷ୍ଟଲ, ଖାଦ୍ୟ ଷ୍ଟଲ, ମିନା ବଜାର ଆସିଥିବା ଜଣାପଡିଛି । ସେହିପରି ସାନ୍ତିଶୃଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

୭୯ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର‌କ୍ରିକେଟ କ୍ଲବ ତରଫରୁ ତ୍ରିଦୀବସୀୟ ରକ୍ତଦାନ ଶିଵିର ଉପଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦଘାଟିତ

Sunil Chandra Nayak

ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମୁଲ୍ୟ ମହାନ୍ତି ଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!