ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ପକ୍ଷରୁ ୟୁପି ସ୍କୁଲ ପରିସରରେ ସରପଞ୍ଚ ସ୍ୱର୍ଣ୍ଣଲତା ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ନାଏବ ସରପଞ୍ଚ ରାଧେଶ୍ୟାମ ବାଗ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେରାମ ଛତ୍ରୀଆ ପ୍ରମୁଖ ଯୋଗ ଦେଇ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରା କୁ ଲୋକ ଲୋଚନକୁ ଆଣିବାର ପ୍ରୟାସ ହେଉଛି କଳାହାଣ୍ଡି ଉତ୍ସବ ଏଣୁ ଏଭଳି ମହାନ ଉତ୍ସବଟିରେ ଜନସାଧାରଣଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋବର୍ଦ୍ଧନ ଭୋଇ, ଚତୁର୍ଭୁଜ ବିଭାରଙ୍କୁ ସମ୍ମାନିତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ଶିକ୍ଷକ ସଞ୍ଜୟ ସେନାପତି, ରିଟନ ନାଗ ଓ ବୁଧେଶ୍ଵର ନାଗ ମଞ୍ଚ ପରିଚାଳନା ରେ ସହଯୋଗ କରିଥିବା ବେଳେ ଗ୍ରାମ ରୋଜଗାର ସେବକ ଶିବ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ସହାୟକ ରାମଜି ସାହୁ, କିଶୋର ବାଗ, ବିଜେମଲ ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଓଡିଶା ଜୀବନ ଜୀବିକା ମିଶନର ଏମବିକେ, ସିଆରପି, ୱାର୍ଡ ମେମ୍ବର, ଗ୍ରାମବାସୀ ସହଯୋଗ କରିଥିଲେ l ଠିକ ସେହିପରି ରିଷିଡା ପଞ୍ଚାୟତ ପକ୍ଷରୁ ଆୟୋଜିତ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ରେ ସରପଞ୍ଚ ସେବତୀ ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ଜେ.ଡି କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, କ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ, ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ, ରିଷିଡା ନାଏବ ସରପଞ୍ଚ ନରେଶ ଦାଶ୍, ସମିତି ସଭ୍ୟ ନିମାଇଁ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ସାମ୍ବାଦିକ ନରୋତ୍ତମ ସେଲମା ସଂଯୋଜନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆର୍ ଏମ ସି ନବରଙ୍ଗପୁର ପ୍ରାଙ୍ଗଣ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ 

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାର କରି ବାଜିମାତ କଲେ ପ୍ରୀତିକା ମିଶ୍ର

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

Leave a Comment

error: Content is protected !!