ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ତରଫରୁ ମହାନ ଜନନାୟକ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ତରଫରୁ ମହାନ ଜନନାୟକ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧ ଦିବସ ପାଳିତ

ରାଇରଙ୍ଗପୁର – ୧୭/୦୪ —  ଏପ୍ରିଲ ୧୭ ଏକ ଐତିହାସିକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁପଟନାୟକଙ୍କ ଶ୍ରାଦ୍ଧ ଦିବସ ଦିନ । ସେହି ମହାନ ଜନନାୟକ, ସ୍ବାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ଦୂରଦର୍ଶୀ ଶିଳ୍ପପତି, ବିଶିଷ୍ଟ କ୍ରୀଡା ପତି, ଅଦ୍ୱିତୀୟ ପୁରୁଷ, ନବ ଓଡ଼ିଶାର ବିନ୍ଧାଣି, ଓଡ଼ିଶାର ପ୍ରାକ୍ତନ ପ୍ରଧାନମନ୍ତ୍ରୀ,ଗ୍ରାମାଞ୍ଚଳରେ ତ୍ରିସ୍ତରୀୟ କ୍ଷମତା ବିକେନ୍ଦ୍ରୀକରଣ, ୧୩ ଜିଲ୍ଲାରୁ ୩୦ ୩୦ ଜିଲ୍ଲା , ପଞ୍ଚାୟତ ନିର୍ବାଚନରେ ଶତକଡା ୩୦ ଭାଗ ମହିଳାଙ୍କୁ ରାଜନୈତିକ ଭାଗିଦାରୀ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ରାଉରକେଲା ଇଞ୍ଜିନିୟରିଂ କଲେଜ, ସୁନାବେଡ଼ା ମିଗ୍ କାରଖାନା, ଓଡ଼ିଶା କୃଷି ବିଦ୍ୟାଳୟ, ପାରାଦୀପ ବନ୍ଦର ମୟୂରଭଂଜୟ ସୁଲାଇପାଟ କାଳ, ସୁନେଲି, ବାଙ୍କବଳ ଡେମ ନିର୍ମାଣ, ସୈନିକ ସ୍କୁଲ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବ ବିଦ୍ଯାଳୟ, ବାଲିମେଳା ଡ଼୍ୟାମ, ବରଗଡ଼ ସିମେଣ୍ଟ କାରଖାନା କଳିଙ୍ଗ ପୁରସ୍କାର ପ୍ରତିଷ୍ଠା ତାଙ୍କୁ ଚିରସ୍ମରଣୀୟ କରିଛି ।ଆଜି ସେହି ମହାନ ଜନନାୟକ ତଥା ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଓ ଵରପୁତ୍ର ବିଜୁପଟନାୟକଙ୍କ ୨୯ ତମ ଜନ୍ମ ଦିବସରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଶ୍ରାଦ୍ଧ ଦିବସ ପଶ୍ଚିମ ମୟୂରଭଂଜ ବିଜେଡି କାର୍ଯ୍ୟକାରୀ ଜିଲ୍ଲା ସଭାପତି ରାଇସେନ ମୁର୍ମୁ ,ସହ ସଂଯୋଜକ ମନୁ ଚୌଧୁରୀଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ରାଇରଙ୍ଗପୁର ପୂଣ୍ୟତୋୟା ଖଡଖାଇ ନଦୀରେ ତିଳ ତର୍ପଣ କରିଥିଲେ ।ରାଇରଙ୍ଗପୁର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ସ୍ଥାନୀୟ ଦୁର୍ଗାମଣ୍ଡପ ରେ ଦଳୀୟ ନେତୃବୃନ୍ଦ,କର୍ମିବୃନ୍ଦ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି କରିଥିଲେ ।ପରେ ପିସିଏମ କଲ୍ୟାଣ ମଣ୍ଡପରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡୀ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ତ୍ଯାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ ।ସମସ୍ତେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଲୋକଙ୍କ ସେବାରେ ବ୍ୟତିତ ହେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ସଭାରେ ସଭାପତି ରାଇସେନ ମୁର୍ମୁ,ବରିଷ୍ଠ ବିଜେଡ଼ି ନେତା ମନୁ ଚୌଧୁରୀ,ପ୍ରାକ୍ତନ ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ‌ ହେମ୍ଵ୍ରମ, ନିନା ଦାସ ,ପିଙ୍କୁ ବଳ,,ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, ନାରୀ ନେତ୍ରୀ ତନୁଜା ମହାନ୍ତ,ସୁବାଷ ମଣ୍ଡଳ ,ଲୁଲୁ ରାଉତ ପ୍ରମୁଖ ବିଜୁବାଵୁଙ୍କ ନୀତି ଆଦର୍ଶ,ଓଡ଼ିଶା ଗଠନରେ ତାଙ୍କର ଭୂମିକା ,ସ୍ବାଧୀନତା ସମୟରେ ତାଙ୍କର ତ୍ଯାଗ ଉପରେ ଆଲୋକ ପାତ କରିଥିଲେ ।ଏହି ସଭାରେ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ରମ,ସଚିନ୍ଦ୍ର ମହାନ୍ତି,ବାଣୁଜୁ ହେମ୍ବ୍ରମ,ହରେକୃଷ୍ନ ମଣ୍ଡଳ,ପରେଶ୍ ମୁଣ୍ଡା,ଯେମାମଣି ଷୁଣ୍ଡି, କ୍ରିଷ୍ଣା ଶର୍ମା,ସାଜିଦ୍ ହୁସେନ,ସୂର୍ଯ୍ଯମଣି ହାଁସଦା ସମେତ ଶତାଧିକ ମହିଳା,ପୁରୁଷ,ଯୁବ ଛାତ୍ର ସାମିଲ ହୋଇଥିଲେ ।

ରାଇରଙ୍ଗପୁରରୁ ଅକ୍ଷୟ ଵିଶ୍ବାଳ

Related posts

ଏ.ବି.ଭି.ପି. ର ଛାତ୍ର ସମାବେଶ, ଜିଲ୍ଲାପାଳଙ୍କୁ ପ୍ରଦାନ କଲେ 12 ଦଫା ଦାବିପତ୍ର !

Sunil Chandra Nayak

ଓଡ଼ିଶା ଜନତା କଂଗ୍ରେସ ପାର୍ଟି ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ନୂଆପଡ଼ା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ, ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି 

masiha

Leave a Comment

error: Content is protected !!