ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଘର ଘର ବୋଲି ସେବା ସପ୍ତାହ ପାଳନ କଲେ ବିଜେପି ମୁଖପାତ୍ର

ଘର ଘର ବୋଲି ସେବା ସପ୍ତାହ ପାଳନ କଲେ ବିଜେପି ମୁଖପାତ୍ର

ବାଲେଶ୍ଵର,୨୬/୯/୨୩ – ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଓ ମୋଦିଙ୍କ ଜନ୍ମ ମାସ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମହତିପୁର ପଞ୍ଚାୟତ ଅଧିନ ଗନ୍ଧାଳି ଗ୍ରାମରେ ଘର ଘର ବୋଲି ସେବା ସପ୍ତାହ ପାଳନ କଲେ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ । ଆଜି ପ୍ରଥମେ ଶ୍ରୀ ଦାସ ଏବଂ ସାଙ୍ଗରେ ଥିବା ବିଜେପି ନେତା ଏବଂ କର୍ମୀଙ୍କୁ ଗନ୍ଧାଳି ଗ୍ରାମର ଗ୍ରାମବାସୀ ମାନେ ଢୋଲ, ମହୁରୀ ବାଜା ବଜାଇ ଶ୍ରୀ ଦାସଙ୍କୁ ସ୍ୱାଗତ କରିବା ସହିତ ଗ୍ରାମକୁ ପାଛୋଟି ନେଇଥିଲେ । ଗ୍ରାମରେ ଥିବା ବୁଢ଼ୀଜାଗୁଳାଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ଘର ଘର ବୋଲି ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସହିତ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଲୋକମାନଙ୍କୁ କିପରି ସରକାରୀ ଯୋଜନାର ଲାଭ ପାଇବେ ସେ ବିଷୟରେ ବୁଝାଇଥିଲେ । ଗ୍ରାମରେ ଏକ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ଗ୍ରାମର ଶତାଧିକ ଲୋକ ବିଜେଡି ସରକାର ଶାସନ ଉପରେ ଅସନ୍ତୁଷ୍ଟ ଥିବାର ପ୍ରକାଶ କରିଥିଲେ । ଗାଁରେ ରାସ୍ତା, ପୋଲ, ଘର, ପାଇଖାନା ଓ ଏକ ଦେବାଳୟ ଅବହେଳିତ ଅବସ୍ଥାରେ ପଡି ରହିଥିବା ନେଇ ଶ୍ରୀ ଦାସଙ୍କୁ ଗ୍ରାମବାସୀ ଅବଗତ କରାଇଥିଲେ । ଗ୍ରାମରେ ସମସ୍ତ ହରିଜନ ଲୋକ ବସବାସ କରୁଥିବା ବେଳେ ସରକାରଙ୍କ ନଜର ତାଙ୍କ ଉପରେ ପଡ଼ିନଥିବା ଘଟଣାକୁ ନେଇ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।ଖଇରା ବ୍ଲକରୁ ଏହି ଗ୍ରାମର ଦୂରତା ୫କିଲୋମିଟର ହୋଇଥିବାବେଳେ ସରକରଙ୍କ ନଜର କ’ଣ ପାଇଁ ପଡୁନି ବୋଲି ପ୍ରଶ୍ନ କରିଥିଲେ । ଆଗାମୀ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ବିଜେପି ସରକାର କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦାସଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ବେହେରା, ବିଜେପି ଯୁବନେତା ସୁବାସ ବେହେରା, ଦିଲ୍ଲୀପ ପାଣ୍ଡିଆ, ଶଶୀକାନ୍ତ ମିଶ୍ର, ବିଜେପି ପଞ୍ଚାୟତ ସଭାପତି ଗୌତମ ମୁଖୀ, ୱାର୍ଡସଭ୍ୟ ନିଲୁ ମୁଖୀ, ବବୁଲ ମୁଖୀ, ଚନ୍ଦନ ମୁଖୀ, ନାରୀନେତ୍ରୀ ସୁଜାତା ମୁଖୀ, ସୁରମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଘେରାଉ ସମୟରେ ମହୁ ମାଛି ଆକ୍ରମଣ

masiha

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

masiha

Leave a Comment

error: Content is protected !!