ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିଷ ଖିଆ ଘାଟି ରେ ଓଲଟିଲା ବସ, କ୍ରୀଡା ଶିକ୍ଷକ ମୃତ,20 ଛାତ୍ର ଛାତ୍ରୀ ଆହତ

ମଣିଷ ଖିଆ ଘାଟି ରେ ଓଲଟିଲା ବସ, କ୍ରୀଡା ଶିକ୍ଷକ ମୃତ,20 ଛାତ୍ର ଛାତ୍ରୀ ଆହତ

ଚନ୍ଦାହାଣ୍ଡି -(ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି – ଝରୀଗାଁ ଘାଟିରେ ଉମରକୋଟ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ଆଣୁଥିବା ଏକ ଘରୋଇ ବସ ଓଲଟି କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ,20 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି l ପ୍ରକାଶ ଯେ ସରକାରୀ ପାନାବେଡା ହାଇସ୍କୁଲ ରେ ଆଜିଠାରୁ ତିନିଦିନ ଧରି ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ହେବାକୁ ଯାଉଥିବା ବେଳେ ଉମରକୋଟ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ 54 ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଘରୋଇ ବସ OD-24 2974 ଯୋଗେ କ୍ରୀଡା ଉତ୍ସବ ରେ ଯୋଗ ଦେବାକୁ ଯାଉଥିଲେ l ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଘଟଣା ସ୍ଥଳରେ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନା ଙ୍କ ମୃତ୍ୟୁ ହୋଇଥିବା ବେଳେ 20 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗୁରୁତର ଛାତ୍ର ଛାତ୍ରୀ ଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଥିବା ବେଳେ, ଆହତ ଙ୍କୁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଉଛି l ଖବର ପାଇ ଉଦ୍ଧାରକାରି ଦଳ ସହିତ କ୍ରୀଡା ଉତ୍ସବ ରେ ଯୋଗ ଦେବାକୁ ଆସିଥିବା ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ସହିତ ସମସ୍ତ କ୍ରୀଡା ଶିକ୍ଷକ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିଥିଲେ l ମୃତ୍ୟୁ ବରଣ କରିଥିବା କ୍ରୀଡା ଶିକ୍ଷକ ଙ୍କ ଘର ବାଲେଶ୍ୱର ଜିଲ୍ଲାର ବାଲିଆ ପାଳ ବୋଲି ଜଣା ପଡ଼ିଥିବା ବେଳେ, ଖବର ପାଇ ତାଙ୍କ ପରିବାର ବର୍ଗ ଆସୁଥିବା ସୂଚନା ମିଳିଛି l ତେବେ କ୍ରୀଡା ଉତ୍ସବ କୁ ବାତିଲ କରାଯାଇଥିବା ସୂଚନା ମିଳିଛି l ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ଚନ୍ଦାହାଣ୍ଡି ର ଦୂରତା 120 କିଲୋମିଟର ସହ ଜଙ୍ଗଲ ଓ ଘାଟି ରାସ୍ତା ଥିବା ବେଳେ ଜିଲ୍ଲା ସ୍ତରୀୟ ସମିତି କେଉଁ କାରଣ ରୁ ଜିଲ୍ଲା ସଦର ମହକୁମା ରେ କ୍ରୀଡା ଉତ୍ସବ ନ କରି ଚନ୍ଦାହାଣ୍ଡି ରେ କରିବା ଘଟଣା କୁ ବୁଦ୍ଧିଜୀବୀ ମହଲ ରେ ନା ପସନ୍ଦ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

Sunil Chandra Nayak

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

Leave a Comment

error: Content is protected !!