ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁରର ଅପୂର୍ବ ସଫଳତା

ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁରର ଅପୂର୍ବ ସଫଳତା

ରାଇରଙ୍ଗପୁର ୧୫/୪- ଚଳିତ ବର୍ଷ ସି ବି ଏସ ସି ବୋର୍ଡ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁର ଅପୂର୍ବ ସଫଳତା ହାସଲ କରିଛି। ବିଦ୍ୟାଳୟର ଆଠଜଣ ଛାତ୍ରଛାତ୍ରୀ ୯୦ଶତକଡାରୁ ଉର୍ଦ୍ଧ ନମ୍ବର ରଖିଥିଲା ବେଲେ ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଛାତ୍ର ଶ୍ରୀମାନ ଆୟୁଷ୍ମାନ ନନ୍ଦ ସର୍ବାଧିକ ୯୯.୨ଶତକଡା ନମ୍ବର ରଖିଥିଲା ବେଳେ ସୁମନଜିତ ମହାନ୍ତ(୯୫%), ରୁଭାରାଣୀ ମହାନ୍ତ(୯୩.୨%) ସ୍ବସ୍ତିକ ଶ୍ରେୟାଂଶ ଗିରି ( ୯୨.୨%) ଅକଶିତ ଦାସ ( ୯୨%) ନମ୍ବର ରଖି ବିଦ୍ୟାଳୟ ର ପ୍ରଥମ ପାଞ୍ଚ ଜଣ ପ୍ରତିଭାବାନ୍ ବିଦ୍ୟାର୍ଥୀ ଭାବେ ଗୌରବ ଅର୍ଜନ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସମଶେର ପଟେଲ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି। ବିଦ୍ୟାଳୟର ସଫଳତାରେ ଅବିଭାବକ /ଅବିଭାବିକା ଓ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଆମ ଘର ଆମ ପରିବେଶ ସାହିତ୍ୟ କର୍ମଶାଳା 

Sunil Chandra Nayak

ଲୋକାର୍ପିତ ହେଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପାଞ୍ଚଟି 5ଟି ଉଚ୍ଚ ବିଦ୍ୟାଳୟ : କିନ୍ତୁ କେଉଁଠି ବି ନିର୍ମାଣ ସମ୍ପୂର୍ଣ୍ଣ ହୋଇନି  

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!