ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିବିଏସଇ ପରୀକ୍ଷା ରେ ଇଏମଆରଏସ ବହଳଦା ଛାତ୍ର ଛାତ୍ରୀ ଙ୍କ ସଫଳତା 

ସିବିଏସଇ ପରୀକ୍ଷା ରେ ଇଏମଆରଏସ ବହଳଦା ଛାତ୍ର ଛାତ୍ରୀ ଙ୍କ ସଫଳତା 

ରାଇରଙ୍ଗପୁର – : ନିକଟ ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାରା ପ୍ରକାଶିତ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ରେ ମୟୂରଭଂଜ ଜିଲ୍ଲାର ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ବହଳଦା ର ଛାତ୍ର /ଛାତ୍ରୀ ମାନେ ନିଜର ଦକ୍ଷ ପ୍ରତିଭା ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଛନ୍ତି l ବିଦ୍ୟାଳୟ ର ଛାତ୍ର ଦୁଷ୍ମନ୍ତ ମାଝୀ 468/500 ମାର୍କ ସହ 93.6 ପ୍ରତିଶତ ମାର୍କ ରଖି ଏକଲବ୍ୟ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ରଖିବା ସହ ବିଦ୍ୟାଳୟ ରେ ପ୍ରଥମ ହୋଇଛନ୍ତି l ବିଦ୍ୟାଳୟ ର ଛାତ୍ରୀ ରାଜଶ୍ରୀ ମାଝୀ 455/500 ମାର୍କ ସହ 91 ପ୍ରତିଶତ ରଖି ବିଦ୍ୟାଳୟ ରେ ଦ୍ୱିତୀୟ ସ୍ଥାନ ରଖିଛନ୍ତି l ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ଙ୍କ ଉତୀର୍ଣ୍ଣ ପ୍ରତିଶତ 98.5 ରହିଥିବା Star A1-2, A2-8 , B1- 25, B2- 18, C1-4 ଜଣ ଛାତ୍ର /ଛାତ୍ରୀ ରଖି ଭୁ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l

ଏହି ସଫଳତା ପାଇଁ ରାଇରଙ୍ଗପୁର ଆଦିବାସୀ ସମନ୍ୱିତ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଯୋଗରଞ୍ଜନ ନାୟକ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ, ଶିକ୍ଷକ ତଥା ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇ ଥିବା ବେଳେ ଅଧ୍ୟକ୍ଷ ବଳରାମ ବାରିକ ଉକ୍ତ ସଫଳତା କୁ ସମସ୍ତ ଶିକ୍ଷକ / ଶିକ୍ଷିକା ଙ୍କ କଠିନ ପରିଶ୍ରମ ଏବଂ ପ୍ରଶାସନ ର ସହଯୋଗ ଯୋଗୁଁ ସମ୍ଭବ ବୋଲି ପ୍ରକାଶ କରିଥିଲେ l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ୬୫୦୩ ଜଣ ଶିଶୁକୁ ଖୁଆଇଲେ ପୋଲିଓ ବୁନ୍ଦା 

Sunil Chandra Nayak

ବିଜେପିର ବରିଷ୍ଠ ନେତା ବେଦ ପ୍ରକାଶ ଗୋଏଲଙ୍କ ପରଲୋକ

Sunil Chandra Nayak

କଲାର ସମାଜ ର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟଘାଟ ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!