ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

କୋକସରା,୧୪/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ.ପି.ଏଚ୍.ଡବ୍ଲୁ ଶ୍ରବଣ କୁମାର ପାଢ଼ୀ, ଜ୍ୟୋତ୍ସ୍ନାରାଣି ନାଗ, ସିଏଚଓ ପ୍ରିୟଙ୍କା ସେନାପତିଙ୍କ ନେତୃତ୍ବରେ ବୃକ୍ଷ ରୋପଣ ଓ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋକାସରା ବ୍ଲକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ନାଏବ ସରପଞ୍ଚ ଵେନା ନାଏକ, ସଞ୍ଜୟ କୁମାର ସିଂଘଲ, ନାଏବ ସରପଞ୍ଚ ପ୍ରତିନିଧି ନବୀନ ନାଏକ ଉପସ୍ଥିତ ରହି ଗ୍ରାମରେ ପରିମଳ ବ୍ୟବସ୍ଥା ସ୍ୱଚ୍ଛତା ଓ ସବୁଜ ବନାନୀ ପାଇଁ ବୃକ୍ଷ ରୋପଣର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଏସବିଆଇ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନ ତରଫରୁ ଏକ 30 ଦିନିଆ ବିୟୁଟି ପାର୍ଲର ଟ୍ରେନିଂ ଶିବିର କାର୍ଯ୍ୟକ୍ରମ ଉଦଘାଟନ     

masiha

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

masiha

୧- ବନ୍ଧୁଗାଁ ବ୍ଲକ ମୀନି ଷ୍ଟାଡିୟମ ପଡ଼ିଆରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମେଚ ଅନୁଷ୍ଠିତ , ୨- ବଞ୍ଚିଥିଲେ ନ୍ୟାୟ ମିଳିବନି… ହୁଏତ ମରିଗଲେ ନ୍ୟାୟ ମିଳିବ କହି ଆତ୍ମ ହତ୍ୟା ଉଦ୍ୟମ କଲେ ଏମ୍ବିକେ ମହିଳା

Sunil Chandra Nayak

Leave a Comment

error: Content is protected !!