ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଜୁନାଗଡ଼,୧୭/୧୧(ମନୀସ) କଳାହାଣ୍ଡି ଜିଲ୍ଲା ଜୁନଗଡ଼ ଏନଏସି କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘକଳାହାଣ୍ଡି ପକ୍ଷରୁ ସମାରୋହରେପାଳିତ ହେଇଯାଇଛି । ସଂଘ ର ସଭାପତି ନିକୁଞ୍ଜ ଚଲାନ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ସମାସେବୀ, ଆଇନଜୀବୀ,ସାମ୍ବାଦିକ, ଶିଳ୍ପପତି ଦୁର୍ଗା ପ୍ରସାଦ ନାଏକ୍,ଅନ୍ୟତମ ଅତିଥି ଭାବେ କଂଗ୍ରେସ ବ୍ଲକ୍ ଅଧ୍ୟକ୍ଷ ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ ,ମୁକ୍ଷ୍ୟବକ୍ତା ଭାବେବରିଷ୍ଟ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡାମାଝି ବରିଷ୍ଟ ସମାଜସେବୀ ଉଦ୍ଧବ ସାହୁ ସାମ୍ବାଦିକ ରବି ନାରାୟଣ ଚଲାନ ଆଦିତ୍ୟ ମହାନ୍ତି ମଞ୍ଚାସିନ ଥିଲେ। ଜାତୀୟ ପ୍ରେସ ଦିବସ ପାଳନ କରିବାର ଉଦ୍ଦେଶ୍ୟ କଣ ଓ ସାମ୍ବାଦିକ ଙ୍କ ସମାଜ ପ୍ରତି ତାଙ୍କର ଦାୟିତ୍ୱ ବିଷୟରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଯୁବ ଉଦ୍ୟୋଗୀ ଦୀପକ କୁମାର ସାହୁ ମାଗଣାରେ ଗରିବ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତର ଟୁନା ସରାଫ ଓ କୁନି ପ୍ରତିଭା ସୌମ୍ୟା ସ୍ୱରୂପା ସାହୁ ଙ୍କୁ ମାନପତ୍ର ପ୍ରଦାନ କରିବା ସହ ସମ୍ମାନିତ କରାଯାଇ ଥିଲା । ଶେଷରେ ଗ୍ରାମାଞ୍ଚଳ ର ଅନେକ ସମସ୍ୟା କୁ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରି ସମାଧାନ କରୁଥିବା ଯୁବ ସାମ୍ବାଦିକ ରବି ସୁନାନି,ବ୍ୟୋମକେଶ ପୁରୋହିତ,ଭୋକରଧନ ଧଙ୍ଗଡାମାଝୀ,ରୋହିତ ନିଆଲ,ରୋହିତ ଯାଦବ, ଟଙ୍କ ବିହାରୀ,ରଜନୀକାନ୍ତ ଛତ୍ରିଆ,ହରିହର ଛତ୍ରିଆ ଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ସଂଗଠନର ମୁକ୍ଷ୍ୟ ଉପଦେଷ୍ଟା ବରିଷ୍ଟ ସାମ୍ବାଦିକ ନରେନ୍ଦ୍ର କ୍ଷିତି ପରିଚାଳନା କରିଥିଲେ ।ସାମ୍ବାଦିକ ପ୍ରଦୀପ ପଟ୍ଟନାୟକ, ଲକ୍ଷ୍ମଣ ପୋଡ଼, ତିକଚନ ବାଗ, ପରମାନନ୍ଦ ଛତ୍ରୀୟା ,କାହୁଁ ଚରଣ ସାହୁ,ଚନ୍ଦ୍ରନାଏକ, ଖୀରସିନ୍ଧୁ ଗହୀର ପ୍ରମୁଖ ସହଯୋଗ କରିଥିଲେ। ସଂଘ ର ସମ୍ପାଦକ ମହାଦେବ ଖଣ୍ଡୁଆଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଅନେକ ସାମ୍ବାଦିକ ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ କ୍ରାନ୍ତି ଶୋଭାଯାତ୍ରା

Sunil Chandra Nayak

ଲଭ, ସେକ୍ସ, ଧୋକା ର ଆଉ ଏକ ନଗ୍ନ ଚିତ୍ର , ପ୍ରେମିକ ଘର ଆଗରେ ପ୍ରେମିକା ର ଧାରଣା

Sunil Chandra Nayak

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!