ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

ମରାମପୁର, ୧୧/୦୩(ମସୀହା ) ମ.ରାମପୁର ଆହାର ସେବା କେନ୍ଦ୍ର ର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ରବିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ବଜରଙ୍ଗ ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନିତ ଅତିଥି ତହସିଲଦାର ସୁଧାକର ରଇତ ବରିଷ୍ଠ ଓକିଲ ହିତେନ୍ଦ୍ର କୁମାର ମହାନ୍ତି, ଓକିଲ ସତ୍ୟନାରାୟଣ ସାହୁ, ଓକିଲ ସପନ କୁମାର ପଟ୍ଟନାୟକ, ସଂଯୋଜକ ଡ଼କ୍ଟର ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଅନ୍ନ ସେବା ଏକ ମହତ ସେବା ବୋଲି ଅଭିଭାଷଣ ରେ କହିଥିଲେ l ଏଇ ବର୍ଷ ସମୁଦାୟ ୨୫ ହଜ଼ାର ୫୬୦ ଭୋଜନ ସେବା ଅଂଚଳର ବରିଷ୍ଠ ନାଗରିକ, ମହିଳା, ଶିଶୁ,ଗରୀବ ଶ୍ରମିକ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଇଥିଲା l ବରିଷ୍ଠ ଓକିଲ ହିତେନ୍ଦ୍ର କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

Sunil Chandra Nayak

ଏକାଧିକ ସମସ୍ୟାରେ ଚାଲିଛି ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ

masiha

ରାଇରଙ୍ଗପୁର ପୂର୍ଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ଵଶାନ୍ତି ମହାଯଜ୍ଞ 

Sunil Chandra Nayak

Leave a Comment

error: Content is protected !!