ରାଜୁ ବାଗ ହତ୍ୟାକାଣ୍ଡର ନ୍ୟାୟ ପାଇଁ ଏସପି ଙ୍କ ଦ୍ୱାରସ୍ଥ ହେଲା ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ
ଜୁନାଗଡ଼୧୭/୧୧(ମନୀସ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁର ରାଜୁ ବାଗକୁ ଗତ ୫ ତାରିଖ କୌଣସି ଦୁର୍ବୃତ୍ତ ମାନେ ମୁଣ୍ଡ କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି,,,ଆଜକୁ ୧୨ ଦିନ ହେଲା ପରେ ବି ହତ୍ୟାକାରୀ ମାନଙ୍କୁ ଗିରଫ କରି ପାରିନାହିଁ କୋକସରା ପୋଲିସ ଏଣୁ ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ ସହ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ କଳାହାଣ୍ଡି ଜିଲ୍ଲାପାଳ ଓ ଏସପି କୁ ଅଭିଯୋଗ ପତ୍ର ଦିଆଯାଇଛି।ଏହି ଅବସରରେ ଉପସ୍ଥିତ ଥିଲେ ପୀଡିତା ସପରିବାରର ସହ ସଂଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣସମ୍ପାଦକ ଶତ୍ରୁଘ୍ନ ନାଏକ କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ ଭଳି ଅନେକ ସଦସ୍ୟ ସଦସ୍ୟା ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

