ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା ଅନୁଷ୍ଠିତ
ମସିହା ପ୍ରତିନିଧି (ରୁପ୍ରା, ନର୍ଲା କଳାହାଣ୍ଡି )ଅଦ୍ୟ ତା 17/11ରିଖ ଏମ୍.ପି. ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁସ୍କୁଟି ଠାରେ ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ନାଏକ ଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନମେଳା ଅନୁଷ୍ଠିତ ହେଲା । ବିଚାରକ ରୂପେ ଶ୍ରୀଯୁକ୍ତ
ଗିରିଧାରୀ ନାଗ ଏବଂ ଶ୍ରୀ ନରେନ୍ଦ୍ର ମାଝୀ ବିଭିନ୍ନ ପ୍ରକାରର 16 ଟି ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ନବମ ଶ୍ରେଣୀ ର ଛାତ୍ର ଶ୍ରୀମାନ୍ କ୍ଷୀର ସାଗର ଗଉଡ଼,ଶ୍ରୀମାନ୍ ପ୍ରତ୍ୟୁଷ ସାହୁ ଏବଂ ଶ୍ରୀମାନ୍ ଆୟୁଷ ସାହୁ ଯଥାକ୍ରମେ 1ମ,2ୟ,ଏବଂ 3ୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରୀତମ ଚାନ୍ଦ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କେ ଗଣେଶ ଆଚାରୀ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ କୁନ୍ତଳା ବାଗ ପ୍ରକଳ୍ପ ପ୍ରସ୍ତୁତି ରେ ସହଯୋଗ କରିଥିଲେ । ଶ୍ରୀଯୁକ୍ତ ବିଦ୍ୟାଧର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଦୀପ କୁମାର ସେନାପତିଙ୍କ ରିପୋର୍ଟ

