ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହତାବ ଭବନ ପରିସରରେ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆଶ୍ସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ‘ଜେମ ପୋର୍ଟାଲ ନେଇ କର୍ମଶାଳା 

ମହତାବ ଭବନ ପରିସରରେ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆଶ୍ସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ‘ଜେମ ପୋର୍ଟାଲ ନେଇ କର୍ମଶାଳା 

ରାଇରଙ୍ଗପୁର -୧୭/୧୦ ରାଇରଙ୍ଗପୁର ମହତାବ ଭବନ ପରିସରରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆଶ୍ସୋସିଏସନ ର ସାଧାରଣ ସମ୍ପାଦକ ଦେବବ୍ରତ ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାମନଘାଟୀ ଉପଖଣ୍ଡର ଶିଳ୍ପୋଦ୍ୟୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୬ ରୁ ଆରମ୍ଭ ହୋଇଥିବା’ ଜେମ୍ ପୋର୍ଟାଲ’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । 

ମୁଖ୍ୟ ଅତିଥି ଭାଵେ ମୟୂରଭଂଜ ସାଂସଦ ଶ୍ରୀ ନବ ଚରଣ ମାଝୀ ଓ ସଂମାନନୀୟ ଅତିଥିଭାବେ ଡ଼ି.ଆଇ.ସି ଜେନେରାଲ ମ୍ୟାନେଜର ଶ୍ରୀ ଦିନେଶ ହୋତା ଓ ଟିପିଏନଓଡିଏଲ ର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଶ୍ରୀ ଆଶୁତୋଷ ପଣ୍ଡା ଯୋଗ ଦେଇଥିଲେ।ଓଡିଶା ସରକାର ଙ୍କ ଏମ.ଏସ.ଏମ.ଇ ବିଭାଗ ତରଫରୁ ଶ୍ରୀ ଶିବ ଶଙ୍କର ରଥ ଓ ମୁଖ୍ୟବକ୍ତା ଶ୍ରୀ ସୁଧାଂଶୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ଜଗନ୍ନାଥ ଚେତନା ପରିଷଦ ସଭାପତି ଲଳିତ ମହାନ୍ତ ମଂଚ ପରିଚାଳନା କରିଥିଲେ । ରିସୋର୍ସ ପାର୍ସନ ସୁଧାଂଶୁ ପ୍ରଧାନ “ଜେମ୍ ପୋର୍ଟାଲ” ଦ୍ଵାରା ସାଂପ୍ରତିକ ପରିସ୍ଥିତିରେ ଆଧୁନିକ ପ୍ରତିଯୋଗିତା ମୂଳକ ଦୁନିଆଁରେ ଶିଳ୍ପୋଦ୍ୟୋଗୀ ମାନେ କିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଓ ବିଭାଗ କୁ ଜେମ ପୋର୍ଟାଲ ମାଧ୍ୟମରେ ଜିନିଷ ବିକ୍ରୟ କରି ପାରିବେ, ସେଥିରେ ଆଲୋକପାତ କରିଥିଲେ । 

ରାଇରଙ୍ଗପୁର ବିଶିଷ୍ଟ ଖଣିପତି ଜଗଦିଶ ମିଶ୍ର, ଶିଳ୍ପୋଦ୍ୟୋଗୀ ବିଶ୍ୱନାଥ ଅଗ୍ରୱାଲ, ଓ ଶିଳ୍ପୋଦ୍ୟୋଗୀ ଟି.କେ. ବିଜୟନ, ଭଳି ଏହି କାର୍ଯ୍ୟକ୍ରମରେ ୬୦ ରୁ ଉର୍ଦ୍ଧ୍ବ ଶିଳ୍ପୋଦ୍ୟୋଗୀ ଅଂଶ ଗ୍ରହଣ କରି “ଜେମ ପୋର୍ଟାଲ” ଉପରେ ଅବଗତ ହୋଇଥିଲେ ।

(ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ)

Related posts

ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଚୂଡାନ୍ତ ତାଲିକା

masiha

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

Sunil Chandra Nayak

Leave a Comment

error: Content is protected !!