ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୁଟୁବ ସାହିର ମୁଖ୍ୟ ରାସ୍ତାର ଗାତ ମରାମତି କଲେ ସରପଞ୍ଚ 

ହୁଟୁବ ସାହିର ମୁଖ୍ୟ ରାସ୍ତାର ଗାତ ମରାମତି କଲେ ସରପଞ୍ଚ 

ରାଇରଙ୍ଗପୁର – ୧୭/୧୦/ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ନୂଆଗାଁ ହୁଟୁବ ସାହିର ମୁଖ୍ୟ ରାସ୍ତାରେ ଏକ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଗ୍ରାମବାସୀଙ୍କ ଯାତାୟାତରେ ବାଧା ଉପୁଜୁଥିଲା। ଏହି ଗାତ ଯୋଗୁଁ ରାସ୍ତାରେ ଯିବା ଆସିବା କରିବା ସମୟରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହି ସମସ୍ୟାର ସମାଧାନ ପାଇଁ ହୁଟୁବ ସାହିର ଗ୍ରାମବାସୀ ମାଣିକପୁର ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଆଜି ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ନିଜେ ଉପସ୍ଥିତ ରହି ରାସ୍ତାରେ ହୋଇଥିବା ଗାତରେ ମରମ ପକାଇ ମରାମତି କରାଇଥିଲେ।ଏହି ମରାମତି ଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ରାସ୍ତା ମରାମତି କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ

Sunil Chandra Nayak

କାଳବୈଶାଖୀ ରେ ଉଡିଲା ଘର ଛପର 

masiha

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

masiha

Leave a Comment

error: Content is protected !!