ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

    ଢେଙ୍କାନାଳ(ମନିସ)     ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥି ଭାବେ ଯୋଗଦେଇ, ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ, ଏହାକୁ ରକ୍ଷା କରିବା ଆମର ପ୍ରଥମ ଦାୟୀତ୍ବ ବୋଲି ପ୍ରକାଶ କରିଥିଲେ । ଶ୍ରୀ ଅନ୍ନ ମାଣ୍ଡିଆ ଏକ ସନ୍ତୁଳିତ ଖାଦ୍ୟ। ଏଥିରେ ପୌଷ୍ଟିକ ତତ୍ତ୍ୱ ଭରି ରହିଛି, ଏହା ଏକ ଉପାଦେୟ ଖାଦ୍ୟ ବୋଲି ପ୍ରକାଶକରି ଏହାକୁ ଆମେ ସମସ୍ତେ ଦୈନନ୍ଦିନ ଖାଦ୍ୟ ଭାବରେ ବ୍ୟବହାର କରିବା ଉଚ଼ିତ ବୋଲି ମତବକ୍ତ କରିଥିଲେ। ସୁସ୍ଥ ଓ ନିରୋଗ ଜୀବନ ପାଇଁ, ବିଶେଷ କରି ମାଆ ମାନେ ଆଗ୍ରହର ସହିତ ମାଣ୍ଡିଆରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତକରି ପରିବାରର ସମସ୍ତଙ୍କୁ ଖୁଆଇବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗ ଦେଇଥିଲେ । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଜଳଖିଆ ଆଦି ଖୁବ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ବୋଲି କହିଥିଲେ । ଚାଷୀଭାଇ- ଭଉଣୀ ମାନେ ଧାନ ସହିତ ଅଧିକ ମାଣ୍ଡିଆ ଚାଷ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ଏକ ଅର୍ଥକାରୀ ଫସଲ ଅଟେ, ଏହା ଦ୍ୱାରା ଚାଷୀଭାଇ- ଭଉଣୀମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି ଘଟିପାରିବ ବୋଲି କହିଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ଵନାଥ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମାଣ୍ଡିଆ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହିତ କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଏହି ମାଣ୍ଡିଆ ଚାଷ କାର୍ଯ୍ୟକ୍ରମ ଆମ ରାଜ୍ୟର ୧୭୭ ଟି ବ୍ଲକ୍‌ରେ ଚାଲୁଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାର ୫ଟି ବ୍ଲକ୍ ଯଥା- ହିନ୍ଦୋଳ , ଭୁବନ, କଙ୍କଡ଼ାହାଡ, ଓଡ଼ାପଡ଼ା ଓ ଗନ୍ଦିଆ ବ୍ଲକ୍‌ରେ କାର୍ଯ୍ୟକାରୀ ହେଉଛି ବୋଲି ସୂଚ଼ନା ଦେଇଥିଲେ । ଉତ୍ସବରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଟି.ଡ଼ି.ସି.ସି.ର ଆସିଷ୍ଟାଣ୍ଟ ମାର୍କେଟିଂ ଅଫିସର ଶ୍ରୀ ବିଭୂ ପଦାରବିନ୍ଦ ଶତପଥୀ, ସମବାୟ ସମିତି ଉପ-ନିବନ୍ଧକ ଶ୍ରୀଉମା ଶଙ୍କର ଦାସ ମାଣ୍ଡିଆ ଚାଷର ଆବଶ୍ୟକତା ଓ ଏହାର ବୈଶିଷ୍ଟତା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଶ୍ରୀ ଅନ୍ନର ବିଭିନ୍ନ ଷ୍ଟଲକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଶ୍ରୀ ଅନ୍ନ ଚାଷ କରୁଥିବା ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ସହଯୋଗ କରୁଥିବା ସ୍ଵେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କଙ୍କଡ଼ାହାଡ଼ ବ୍ଲକର କୃଷି ଅଧିକାରୀ ମଧୁସ୍ମିତା ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଏ.ଡ଼ି.ଆର. ଡ଼ା. ଦିବ୍ୟ ରଂଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ଭାଗବତ କଥାମୃତ ପ୍ରବଚନ ସଭା ଉଦଘାଟିତ

masiha

କ୍ରେନ୍ ଧକ୍କାରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଚାପା  ଉତ୍ତେଜନା, ପୁଲିସ୍ ମୁତୟନ  କ୍ଷତି ପୂରଣ ଦାବି ନେଇ ଶବ ରଖି ରାସ୍ତାରୋକ କରିଛନ୍ତି ପରିବାର ତଥା ଆତ୍ମୀୟ ସ୍ୱଜନ  

Sunil Chandra Nayak

Leave a Comment

error: Content is protected !!