ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆର୍‌ପିଏଫ୍ ତରଫରୁ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର

 ମ.ରାମପୁର,୧/୪(ମାସୀହା): କଳାହାଣ୍ଡି ମ.ରାମପୁର ବ୍ଲକ୍ ସିଆର୍ ପିଏଫ୍ କ୍ୟାମ୍ପ ଜି/୬୪ ବାଟାଲିଅନ ତରଫରୁ ମାଓ ଅଧ୍ୟୁଷିତ ତଥା ଆଦିବାସୀ ଅଧ୍ୟୁଷିତ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର ଅନୁଷ୍ଠିତ ହେଇଯାଇଛି । ଏଥିରେ ୬୪ ବାଟାଲିୟନ ର ଦ୍ଵିତୀୟ କମାଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ କେ.କେ. ପାଓ ଏବଂ ଆଶା କର୍ମୀ ମମତା ନାଏକ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଏହି ଅବସରର ଦୁଇଟି ଶିକ୍ଷାନୁଷ୍ଠାନ ସୁଲେସୁରୁ ଓ ଡ୍ରମ୍ବା ବିଦ୍ୟାଳୟକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯଥା ଛତା, ଲୁଙ୍ଗି, ଶାଢ଼ୀ, ସୋଲାର୍ ଲାଇଟ, ବଂଟନ କରାଯାଇଥିଲା । ଏଥିରେ ଲୁବେନ ଗଡ ପଞ୍ଚାୟତ ର କାଚା ଲାକୁ, ମାତାକୁପା, କାଚୁ ପଡା, ପୋଖାରୀ ଆଦି ଗ୍ରାମରୁ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ । 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

masiha

ଅନ୍ତର୍ଜାତୀୟ ଶିକ୍ଷା ଇନୋଭେସନ ଶିବିରରେ କଳାହାଣ୍ଡିର ମିଲନ ବିଶି 

masiha

ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତ ,ମହାସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ

Sunil Chandra Nayak

Leave a Comment

error: Content is protected !!