ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ବର୍ଷ ନିର୍ମାଣଧୀନ ରାଇହରି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ବେକାର ଯୁବକଙ୍କ କାମରେ ଲାଗୁନି; ପଞ୍ଚାୟତ ତରଫରୁ ଯୋଗ୍ୟ ବେକାରୀଙ୍କୁ ଆବଣ୍ଟନରେ ବିଳମ୍ବ ନେଇ ରହସ୍ୟ କ’ଣ ?

୩ବର୍ଷ ନିର୍ମାଣଧୀନ ରାଇହରି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ବେକାର ଯୁବକଙ୍କ କାମରେ ଲାଗୁନି; ପଞ୍ଚାୟତ ତରଫରୁ ଯୋଗ୍ୟ ବେକାରୀଙ୍କୁ ଆବଣ୍ଟନରେ ବିଳମ୍ବ ନେଇ ରହସ୍ୟ କ’ଣ ?

ମୟୂରଭଂଜ – ୨୯/୮ -+  ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହ ବେକାରୀ ସଂଖ୍ୟା ହୁ ହୁ ହୋଇ ଵୃଦ୍ଧି ପାଉଛି । ଯୁବକମାନେ ରାଜ୍ଯ ବାହାରକୁ ଯାଇ ଦାଦନ ଖଟିବାକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ କୋଟି କୋଟି ଯୋଜନା ,ଲୋକଙ୍କୁ ହାତକୁ କାମ ,ଯୁବକଙ୍କ ବେପାର ବାଣିଜ୍ୟ ପାଇଁ ଦୋକାନ ଗୃହ ନିର୍ମାଣ କରୁଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ତୃଣମୂଳ ସ୍ତରରେ ଖର୍ଚ କରାଯାଉଛି ।ପଞ୍ଚାୟତ କ୍ଷେତ୍ରରେ ଦୋକାନ ବଜାର, ହାଟ ପାଇଁ ଗୃହ ନିର୍ମାଣ ସହ ଭିତ୍ତିଭୂମି ବିକାଶ କରି ପଂଚାୟତର ଆୟ ବୃଦ୍ଧି କରାଯାଉଛି । କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ରାଇହରି ପଂଚାୟତ ର ରାଇହରି ହାଟ ପଡିଆ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

 ସୂଚନା ଅନୁସାରେ ରାଇହରି ହାଟ ପଡିଆ ନିକଟରେ ରାଇହରି ପଞ୍ଚାୟତ ପକ୍ଷରୁ ୩ ବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇ ୮ ଟି ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଉଦେଶ୍ୟ ଥିଲା କିଭଳି ଗ୍ରାମାଞ୍ଚଳରେ ବେକାରଦୂରୀକରଣ ପାଇଁ ବେକାର ଶିକ୍ଷିତ ଯୁବକମାନେ ରୋଜଗାର ପାଇବେ, ପରିବାର ଚଳାଇବେ,ଦାଦନ ମୁକ୍ତ ହେବା ସହ ପଞ୍ଚାୟତର ଆର୍ଥିକ ଅଭିବୃଦ୍ଧି ହେବ ସେ ନେଇ କମ୍ପ୍ଲେକ୍ସ ନିର୍ମିତ ହୋଇଥିଲା ।କିନ୍ତୁ ଆଜକୁ ପ୍ରାୟ ୩ରୁ ୪ବର୍ଷ ଉର୍ଦ୍ଧ୍ବ ହେଲା ଦୋକାନ ଗୃହ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ହୋଇଥିଲେ ମଧ୍ୟ ପଞ୍ଚାୟତ ତରଫରୁ ଦୋକାନ ଗୃହ ବଣ୍ଟନ ପାଇଁ ଏଯାଏଁ କୌଣସି ପଦକ୍ଷେପ ନିଆ ହେଲା ନାହିଁ ।ନୂତନ ଦୋକାନ ଗୃହ ଗୁଡିକ ବ୍ୟବହୃତ ନ ହେବା ଫଳରେ ଘରଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଅବସ୍ଥା ଶୋଚନୀୟ , ଵିପଦଶଙ୍କୁଳ ଓ ପରିତ୍ୟକ୍ତ ଅବସ୍ଥାକୁ ଗତି କରୁଛି । ଦୋକାନ ଗୃହ ବଣ୍ଟନ ହୋଇଥିଲେ ମାସକୁ ଗୋଟିଏ ଗୃହ ପିଛା ସର୍ବନିମ୍ନ ୫ ଶହ ଟଙ୍କା ଲେଖାଏଁ ନିଆଯାଇଥିଲେ ୮ଟି ଗୃହ ବାବଦକୁ ଚାରି ହଜାର ଟଙ୍କା ପ୍ରତିମାସରେ ପଞ୍ଚାୟତ ପାଣ୍ଠି ସଂଗ୍ରହ ହୋଇଥାନ୍ତା ଏବଂ ୩ରୁ ୪ବର୍ଷକୁ ପ୍ରାୟ ୧ ଲକ୍ଷ୪୪ ହଜାରରୁ ୧ଲକ୍ଷ ୯୨ ହଜାର ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ରୋଜଗାର ହୋଇଥାନ୍ତା । କିନ୍ତୁ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ କାହିଁକି ଆବଣ୍ଟନରେ ବର୍ଷ ବର୍ଷ ଗଡାଉଛନ୍ତି ତାହା ସାଧାରଣରେ ଚର୍ଚା ହେଉଛି । ତଦସହ ପଞ୍ଚାୟତ ପାଣ୍ଠି ବୃଦ୍ଧି ହୋଇପାରିଲା ନାହିଁ ।ଏଣେ ପଞ୍ଚାୟତର ଶିକ୍ଷିତ ଏଵଂ‌ କୌଶଳି ଯୁବକମାନେ ଦୋକାନ ଗୃହ ନ ପାଇ ରୋଜଗାର ପନ୍ଥା ବନ୍ଦ‌ହୋଇଯିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଅପରପକ୍ଷରେ ସ୍ଥାନୀୟ ଵିଡିଓ,ଅଧ୍ଯକ୍ଷ,ଜିଲ୍ଲାପରିଷଦ ସଦସ୍ୟା,ପଞ୍ଚାୟତ ସମିତି ସଭ୍ୟ ସରପଞ୍ଚ ମଧ୍ୟ ଏହାକୁ ତଦାରଖ କରୁନାହାନ୍ତି । ବେକାର ଯୁବଗୋଷ୍ଠୀ ପଞ୍ଚାୟତକୁ ଯାଇ ବାରମ୍ବାର ଆବେଦନ କରିଥିଲେ ହେଁ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ବାହାନା ଦେଖାଇ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ତେବେ ବର୍ଷା ଦିନ ଆସିଲା ଏବେ ଅବସ୍ଥା ସମ୍ପୂର୍ଣ୍ଣ ଦୟନୀୟ । କମ୍ପ୍ଲେକ୍ସ ଗୃହ ଆଗରେ ଆବର୍ଜନା ପଡି ପୁତି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ପଞ୍ଚାୟତ ପକ୍ଷରୁ ମାର୍କେଟ୍ କମ୍ପ୍ଲେକ୍ସ ବନ୍ଦ କରି ରଖିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ‌ ମତ ପ୍ରକାଶ ପାଉଛି । ତେଣୁ ଜିଲ୍ଲାପାଳ ଏହାକୁ ଦୃଷ୍ଟି ଗୋଚରକୁ ନେଇ ତୁରନ୍ତ ରାଇହରି ପଞ୍ଚାୟତ ଭଳି ଜିଲ୍ଲାର ବଣ୍ଟନ ହୋଇ ନ ଥିବା ଗ୍ରାମାଞ୍ଚଳ ଏବଂ ପୌରାଞ୍ଚଳର ସମସ୍ତ ନିର୍ମାଣଧୀନ‌ ଦୋକାନଗୃହକୁ ବଣ୍ଟନ ପାଇଁ ଆବଶ୍ଯକୀୟ ପଦକ୍ଷେପ ନେବାପାଇଁ ବେକାର ଯୁବକ ସଂଘ ତରଫରୁ ଦାବି ହେଉଛି ।ତଦସହ ପୂର୍ବରୁ ବଣ୍ଟନ ହୋଇଥିବା ଦୋକାନ ଗୃହ ଗୁଡ଼ିକ ଧନିକ ଓ ରାଜନୈତିକ ତୋଷାମଦକାରୀଙ୍କ ଶ୍ରେଣୀର ଲୋକେ ହାତେଇ ନେଇ ଦୋକାନ ଗୃହ ବର୍ଷ ବର୍ଷ ଧରି ଆବୁଡି ବସିଛନ୍ତି ଦୋକାନ ଖୋଲୁ ନାହାନ୍ତି ।ଦୋକାନ ଗୃହ ଗୁଡିକ ଲୋକଙ୍କ କାମରେ ଲାଗୁନାହିଁ । ସେମାନଙ୍କୁ ଠାରୁ ଦୋକାନ ଗୃହ ଚୁକ୍ତିନାମା ବାତିଲ କରାଯାଇ ପ୍ରକୃତ ବେକାରୀ ଉଦ୍ୟୋଗୀ ଯୁବକମାନଙ୍କୁ ସରକାରୀ ଗାଡ଼ି ଲାଇନ ଅନୁସାରେ ବଣ୍ଟନ କରାଯିବା ପାଇଁ ବେକାର ଯୁବକ ସଂଘ ତରଫରୁ ଦାବି ହେଉଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜନଶୁଣାଣୀରେ ୬୪ ଅଭିଯୋଗର ହେଲା ଶୁଣାଣୀ 

masiha

ରାଇରଙ୍ଗପୁରସ୍ଥ ରାଷ୍ଟ୍ରପତିଙ୍କ ୨ ନମ୍ବର ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ରାସ୍ତାଜାମ୍

Sunil Chandra Nayak

ଅଭିନୟ କଳା କର୍ମଶାଳା ଆସନ୍ତା ୧୭ ଯାଏ …

masiha

Leave a Comment

error: Content is protected !!