ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଢେଙ୍କାନାଳ -: ଅଦ୍ଯ ତା ୦୧.୦୪.୨୦୨୩ରିଖ ଶନିବାରରେ ଢେଙ୍କାନାଳ  ମୁନିସିପାଲଟି ର୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରହିତ୍ୟ କରି ଉତ୍କଳ ଦିବସ ର ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରି ଉତ୍କଳ ମଣି ଗୋପବନ୍ଧୁ ଜାତିର ଗର୍ବ ମଧୁସୂଦନ ଦାସ କବିବର ରାଧାନାଥ ସ୍ବଭାବ କବି ଗଙ୍ଗାଧର ମେହେର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ସେମାନଙ୍କ ର ଭୂମିକା ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଅଶୋକ କୁମାର ପ୍ରଧାନ ପ୍ରଭୃତି ଓଡ଼ିଶାର ବରପୁତ୍ର ମାନଙ୍କ ର ସ୍ମୃତି ଚାରଣ କରି ସେମାନଙ୍କ ଆଦର୍ଶ ରେ ନିଜକୁ ଗଢି ତୋଳିବା କୁ ପରାମର୍ଶ ଦେଇଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ପିଲାମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା କରାଇଥିଲେ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଶ୍ରୀମତୀ କମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶେଷରେ ସଭାସାଙ୍ଗ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

ଅବସର ପରେ ବି କ୍ଷମତା ଉପଭୋଗ କରୁଛନ୍ତି କୁଳପତି : ନିଯୁକ୍ତିକୁ ନେଇ ବିବାଦ

ଇନ୍ଦ୍ରାବତୀ ଜଳବନ୍ଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବ ୧୬ ଗାଁ , ୧୨୫ କୋଟି ୬୧ ଲକ୍ଷ ବ୍ୟୟ ଅଟକଳ ମଞ୍ଜୁର , ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିର୍ମାଣ ହେବ ସେତୁ

Leave a Comment

error: Content is protected !!