ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ
ତେନ୍ତୁଳିଖୁଣ୍ଟି ୨୪/୧୧/୨୩ // ତେନ୍ତୁଳିଖୁଣ୍ଟି ବ୍ଲକ୍ କୃଷି ସୂଚନା ଏବଂ ପରାମର୍ଶ କେନ୍ଦ୍ର ଠାରେ ଓଡିଶା ମିଲେଟ୍ସ ମିଶନ, କୃଷି ବିଭାଗ , ଅଗ୍ରଗାମୀ, ଅଞ୍ଚଳଗୁମା ଲ୍ୟାମ୍ପସ ଙ୍କ ମିଳିତ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ବ୍ଲକ୍ କୃଷି ଅଧିକାରୀ ବରୁଣ ଧନପାଲ୍ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମୃତୁଞ୍ଜୟ କନ୍ଦପାନ ,କୃଷି ଓଭରସିୟର ହରି ଶ ଙ୍କ ର ତ୍ରିପାଠୀ ,ଧୀରେନ ବେନିଆ , ମଧୁସ୍ମିତା ପତି ଜିତେନ୍ଦ୍ର ଟା କ୍ରୀ ସମେତ ତେନ୍ତୁଳିଖୁଣ୍ଟି ବ୍ଲକ୍ ଓଡ଼ିଶା ମିଲେଟ୍ସ ମିଶନ ର ବ୍ଲକ୍ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ଏବଂ ଅବିନାଶ ପଣ୍ଡା, ଅଗ୍ରଗାମୀ ର ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ଜେନା, ନବଗାମି ଏଫ୍ ପି ଓ ର ମୁଖ୍ୟ ନିର୍ବାହୀ ଅଧିକାରୀ ନିରୋଦ ପଣ୍ଡା, ଅଞ୍ଚାଳଗୁମ୍ମା ଲ୍ୟାମ୍ପ ର ନିର୍ବାହୀ ଅଧିକାରୀ ଆଦି ଯୋଗ ଦେଇ ଏହି ମାଣ୍ଡିଆ ମଣ୍ଡି ବିଷୟରେ ଆଲୋଚନା କରିଥିଲେ ।
ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଥିବା 15 ଗୋଟି ପଞ୍ଚାୟତ ରୁ ସମସ୍ତ କୃଷକ ସାଥୀ ମାନେ ମଧ୍ୟ ଏହି ମିଟିଂ ରେ ଯୋଗ ଦେଇଥିଲେ । ପୂର୍ବବର୍ଷ ମାଣ୍ଡିଆ ମଣ୍ଡିରେ ଚାଷୀ ମାନେ ଯେଉଁ ସବୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ସେହି ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ଅସୁବିଧା ଯେପରି ଚଳିତ ବର୍ଷ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା ।
ଚଳିତ ବର୍ଷ ଅଗ୍ରଗାମୀ 7 ଟି ପଞ୍ଚାୟତ ରେ ମାଣ୍ଡିଆ ମଣ୍ଡି ପରିଚାଳନା କରିବ ଏବଂ 2000 କ୍ଵିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଅଞ୍ଚଳଗୁମ୍ମା ଲ୍ୟମ୍ପସ ବ୍ଲକ୍ ରେ ବାକି ଥିବା 8 ଟି ପଞ୍ଚାୟତ ରେ ମଣ୍ଡି ପରିଚାଳନା କରି 1600 କ୍ଵିଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ବ୍ଲକ୍ ର ସମସ୍ତ କୃଷକ ସାଥୀ ମାନଙ୍କୁ ମଧ୍ୟ ଏହି ମାଣ୍ଡିଆ ମଣ୍ଡି ରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଚଳିତ ବର୍ଷ ର ମଣ୍ଡି କାର୍ଡ ପାଇଁ ନାମ ପଞ୍ଜିକରଣ ଡିସେମ୍ବର 15 ତାରିଖ ରୁ ଆରମ୍ଭ ହେବ ବୋଲି ନିଷ୍ପତି ନିଆଗଲା । ଏହା ସହିତ ମଣ୍ଡି ସଚେତନତା ଗାଡ଼ି ଡିସେମ୍ବର ପ୍ରଥମ ସପ୍ତାହ ରୁ ବାହାରି ବ୍ଲକ୍ ର ସମସ୍ତ ପଞ୍ଚାୟତ ତଥା ଗ୍ରାମ ରେ ଯାଇ ଚାଷୀମାନଙ୍କୁ ମଣ୍ଡି ବିଷୟରେ ଅବଗତ କରାଇବ । କାର୍ଯ୍ୟକ୍ରମ ପରିଚାଳନା ରେ ଏ ଟି ଏମ ବାଳ ଗୋବିନ୍ଦ ସାହୁ ,ଆଶିଷ କୁମାର ପରିଡା ସହଯୋଗ କରିଥିଲେ।