ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ହେଲେ ଆସିକା ବିଧାୟକ ସରୋଜ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ହେଲେ ଆସିକା ବିଧାୟକ ସରୋଜ

ଆସିକା, ୧୦/୭/୨୬ (ଶିବ ଶଙ୍କର ମିଶ୍ର ) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ଭାବେ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ରୂପେ ମନୋନୀତ କରାଯାଇଥିବା ଖବର ଜଣାପଡିବା ପରେ ଶୁଭେଚ୍ଛ ଓ ସମର୍ଥକଙ୍କ ମହଲରେ ଖୁସି ଓଁ ଆନନ୍ଦର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀ ଙ୍କୁ ମନୋନୀତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡିଶା ବିଧାନସଭାର ବାଚଷ୍ପତି ସୁରମା ପାଢୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁଙ୍କ ସ‌ମେତ ବହୁ ଦଳୀୟ ନେତା କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନବନିଯୁକ୍ତ ସିନେଟ ସଭ୍ୟ ଆସିକା ବିଧାୟକ ସରୋଜ କୁମାର ପାଢୀ ଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Related posts

ଜାନକୀ ବଲ୍ଲଭ ମହାବିଦ୍ୟାଳୟରେ “ପରିବେଶ ସୁରକ୍ଷା, ଜୀବନ ରକ୍ଷା” କାର୍ଯ୍ୟକ୍ରମ 

Sunil Chandra Nayak

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

masiha

ଅପପୁଷ୍ଟି ରୋକିବା ପାଇଁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଅଭିନବ ପ୍ରୟାସ 

masiha

Leave a Comment

error: Content is protected !!