ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ନୀଳମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୩୪ ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷ। ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ଚିଚିଆ ହାଇ ସ୍କୁଲର ସଂସ୍କୃତ ଶିକ୍ଷକ ପ୍ରେମଲ।ଲ ବାଗ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ବଣି ଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ,ସମିତି ସଭ୍ୟ ଖଲିଲ ନ।ଏକ , ମଥୁରା ହାଇ ସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ ଦୀପ ,ଅବସର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ,ଶଶୀ ସେନ ଯୋଶୀ ,ଦାସି ଗାଁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବଡ଼ ତିଆ ,ଅବସର ଖେଳ ଶିକ୍ଷକ ନରେନ୍ଦ୍ର ନେଗି ପ୍ରମୁଖ ଯୋଗଦାନ କରି ବାର୍ଷିକ ଉତ୍ସବ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ ସତନାମୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ପରେ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ନୃତ୍ୟ ପରିବେଷଣ ସମସ୍ତ ଲୋକଙ୍କ ମନକୁ ଝୁଇଥିଲା ।ଏପରିକି ଖୁସିରେ ଶିକ୍ଷକ ମାନେ ମଧ୍ୟ ମଞ୍ଚରେ ନାଚି ଉଠିଥିଲେ । କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ନିରାକାର ଦାସ ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ଶିକ୍ଷୟତ୍ରୀ ପ୍ରଭାତୀ ଛ ତ୍ରିଆ ,ସୁମିତା ରାୟଗୁରୁ ,ବିବେକାନନ୍ଦ ସୁନାନୀ , ଶ୍ରୀ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ ।ସହକାରୀ ଶିକ୍ଷକ ଅମୂଲ୍ୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଲାଠିକଟା ଅଞ୍ଚଳରେ ତ୍ରିରଙ୍ଗା ଯାତ୍ରା

Sunil Chandra Nayak

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

Sunil Chandra Nayak

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!