ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ବ୍ଳକ ରେ ଓମଜାଦ ଟପ୍ପର   

ପାପଡାହାଣ୍ଡି ବ୍ଳକ ରେ ଓମଜାଦ ଟପ୍ପର                           

ନବରଙ୍ଗପୁର (୨୬|୫)-(ରବିନାରାୟଣମହାନ୍ତି))ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ଦଶମ ଶ୍ରେଣୀ ୨୦୨୪ ମସିହା ଫୋଳାଫଳ ଆଜି ପ୍ରକାଶିତ ପାଇଛି | ପାପଡାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି ପ୍ରଦୀପ କୁମାର ପ୍ରଧାନ ଏବଂ ଜୋଶ୍ନା ରାଣୀ ମହାରଣା ଙ୍କ ପ୍ରଥମ ପୁତ୍ର ଓମଜାଦ ପ୍ରକାଶ ପ୍ରଧାନ | ଓମଜାଦ ପ୍ରକାଶ ପ୍ରଧାନ ମୈଦଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରନ୍ତି | ଓମଜାଦ ମୋଟ ୪୯୫ ନମ୍ବର ରଖି ପାପଡାହାଣ୍ଡି ବ୍ଲକ ଟପର ହୋଇଛନ୍ତି | ଏହି ଖବର ପ୍ରସାରିତ ହେବାପରେ ମୈଦଲପୁର ଅଞ୍ଚଳ ରୁ ଓମଜାଦ ଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି | ସରକାରୀ ମୈଦଲପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଇସିଂ ଭତରା ଏବଂ ତାଙ୍କ ସହଯୋଗୀ ମାନେ ଓମଜାଦ ବ୍ଲକ ଟପର ହେବ ବୋଲି ଆମର ବିଶ୍ୱାସ ଥିଲା ବୋଲି ମତ ପ୍ରକାଶ କରିଛନ୍ତି | ଓମଜାଦ ଆମ ବିଦ୍ୟାଳୟ ର ନାମ କୁ ଆଜି ଗର୍ବନ୍ୱିତ କରିଛନ୍ତି ତେଣୁ ତାଙ୍କୁ ଅନେକ ସାଧୁବାଦ ବୋଲି ଶ୍ରୀ ଭତରା ପ୍ରକାଶ କରିଛନ୍ତି | ପ୍ରକାଶ ଥାଉକି ଅମଜାଦ ଙ୍କ ପିତା ଏକ ଫାଷ୍ଟ ଫୁଡ ଦୋକାନ ମୈଦଳପୁର ମୁଖ୍ୟ ରାସ୍ତାରେ କରି ନିଜର ପରିବାର ଭରଣ ପୋଷଣ କରୁଛନ୍ତି | ଆମ ପୁଅ ବ୍ଲକ ଟପର ହୋଇଥିବା ରୁ ଆମ ଏବଂ ଆମ ପରିବାର କୁ ଗର୍ବାନ୍ବିତ କରିଥିବାରୁ ଆମର ଖୁସି ଜାହିର କରିପାରୁନାହିଁ ବୋଲି ମାଆ ଜୋଶ୍ନା ରାଣୀ ଏବଂ ବାପା ପ୍ରକାଶ କରିଛନ୍ତି |

Related posts

ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ

masiha

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ

masiha

ନାଟ୍ୟକାର ସମାଜସେବୀ ନୃସିଂହ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!