ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ

ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ

ଖଇରା- ସାହିତ୍ୟ ଏବଂ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାଷା ସାହିତ୍ୟର ଉନ୍ନତି ହେଲେ ନିଶ୍ଚୟ ସମାଜ ପରିବର୍ତ୍ତନ ହେବ ଏଥିରେ ସନ୍ଦେହ ନାହିଁ । ସମାଜ ଉନ୍ନତି ହେଲେ ସାମାଜିକ ଚଳଣି ମଧ୍ୟ ବଦଳି ଯିବ । ଭାଷା ଜ୍ଞାନର ପରିବର୍ତ୍ତନ ଓ ମାର୍ଜିତ ହେବ । ବାଲେଶ୍ଵର ଜିଲ୍ଲା ହେଉଛି କବି, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ କଳାର ମାଟି । ଏହି ମାଟିରେ କେତେ କେତେ ମହାନ କଳାକାର ଯୁଗଜନ୍ମା ଜନ୍ମ ହୋଇ ଇହଧାମ ପରିତ୍ୟାଗ କଲେଣି । ଓଡ଼ିଆ ସାହିତ୍ୟର ଜନକ ଫକୀରମୋହନ ଏହି ବାଲେଶ୍ଵର ମାଟିର ସନ୍ତାନ । ସେ ଯେଉଁ କାଳଜୟୀ ରଚନା କରିଯାଇଛନ୍ତି ତାହା ଆଜି ବି ଜନମାନସରେ ଉଜ୍ଜ୍ୱଳ ତାରକା ହୋଇ ରହିଛି । ତାଙ୍କ ଲେଖା ଅତ୍ୟନ୍ତ ଶିକ୍ଷଣୀୟ ଓ ସମାଜ ପରିବର୍ତ୍ତନ ପୂର୍ଣ୍ଣ ଥିଲା । ଏମିତି ଅନେକ କବି କଳାକାରଙ୍କ ବଳିଷ୍ଠ ଲେଖା ଓ ବଳିଦାନ ଏ ମାଟିକୁ ଯୁଗଯୁଗ ପାଇଁ ଧନ୍ଯ କରିଛି । ଭାଷା ସାହିତ୍ୟକୁ ଜୀବିତ ରଖିବା ପାଇଁ ଗଢ଼ି ଉଠିଛି ଅନେକ ସାହିତ୍ୟ ଅନୁଷ୍ଠାନ । ଇତିହାସ ପୃଷ୍ଠାକୁ ଓଲଟାଇଲେ ଜିଲ୍ଲାର ପ୍ରକୃତ ମାନଚିତ୍ର ଦୃଷ୍ଟି ଗୋଚର ହୁଏ । ନୌବାଣିଜ୍ୟ କ୍ଷେତ୍ରରେ ଦିନେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା ବାଲେଶ୍ଵର । ଏହା ଏକ ସଂସ୍କୃତି ସମ୍ପନ୍ନ ଜିଲ୍ଲା । ବିଭିନ୍ନ ସ୍ଥାନରେ ଅତୀତର ସେଇ ଅଭୁଲା କୀର୍ତ୍ତି ଏବେବି ଦଣ୍ଡାୟମାନ । ପଶ୍ଚିମରେ ଦେବଗିରି ପାହାଡ଼ ଓ ପୂର୍ବରେ ବଙ୍ଗୋପସାଗର । ଆମେମାନେ ଫକୀରମୋହନ ମାଟିର ଦାୟାଦ । କଳା, ସାହିତ୍ୟ ଓ ସଂସ୍କୃତିର ରକ୍ଷକ । ଅତୀତର ସେହି କାଳଜୟୀ କବିଙ୍କ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ ଏ ମାଟିର ପ୍ରତ୍ୟେକ ସନ୍ତାନଙ୍କ ହୃଦୟ ବ୍ଯାକୁଳିତ ।

     ଇତିହାସର ମୂକସାକ୍ଷୀ ଭାବେ ଅନେକ ଐତିହାସିକ କୀର୍ତ୍ତି ବିଦ୍ଯମାନ । ଭୌଗଳିକ ସ୍ଥିତି ମଧ୍ୟ ଯଥେଷ୍ଟ ଉନ୍ନତି । ସବୁପରେ ବି ଏ ମାଟିର କବି କଳାକାର ମାନେ ନିଜର ସାଧ୍ଯମତେ ଐତିହ୍ୟ, ସଂସ୍କୃତି, କଳା ସାହିତ୍ୟକୁ ବଞ୍ଚେଇ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଭାଷ ସାହିତ୍ୟର ଅଭିବୃଦ୍ଧି ନିମନ୍ତେ ସ୍ଥାନେ ସ୍ଥାନେ ସାହିତ୍ୟ ଅନୁଷ୍ଠାନ ମାନ ଗଢ଼ି ଉଠିଛି । ସାରା ରାଜ୍ୟରୁ ବିଭିନ୍ନ ପ୍ରତିଭାଧାରୀ ମାନେ ବାଲେଶ୍ଵର ମାଟିକୁ ଆସି ସାହିତ୍ୟ ପ୍ରୋଗାମରେ ଅଂଶ ଗ୍ରହଣ କରି ନିଜକୁ ଗୌରବାନ୍ବିତ କରିବା ସଙ୍ଗେ ସଙ୍ଗେ ଏ ମାଟିକୁ ଧନ୍ଯ କରୁଛନ୍ତି । ସାହିତ୍ୟ ଅନୁଷ୍ଠାନ ମାଧ୍ୟମରେ ଏ ମାଟି ତଥା ଜିଲ୍ଲାକୁ ଆଉ ପାଦେ ଆଗେଇ ନେବାକୁ ଶତଚେଷ୍ଟିତ ମାଟିର ଦାୟାଦ ମାନେ । ଭାଷା ସାହିତ୍ୟର ଉନ୍ନତି ହେଲେ ସମାଜର ଉନ୍ନତି ହେବ, ଜଣେ ଜଣଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କଲେ ଉତ୍ତମ ଵ୍ଯଵହାର ପାଇବା ଜରୁରୀ । ସୁନ୍ଦର ଓ ଶିକ୍ଷଣୀୟ ବାର୍ତ୍ତା ସମାଜର ସବୁ ବର୍ଗର ବ୍ଯକ୍ତି ପାଇଁ ଆବଶ୍ୟକ । ତେଣୁ କାହାକୁ ହୀନ ନ ମଣି ଉତ୍ତମ ବ୍ଯବହାର ଦ୍ବାରା ବାନ୍ଧି ରଖିବା ଜଣେ ବ୍ଯକ୍ତି ପ୍ରତି ଶ୍ରେଷ୍ଠ ଉପାଦାନ । ହେ ମୋର ସାହିତ୍ୟ ବନ୍ଧୁ ମାନେ ! ଆସନ୍ତୁ ସମସ୍ତେ ମିଳିମିଶି ସାହିତ୍ୟ ସମୃଦ୍ଧି ପାଇଁ କଲମ ଚାଳନା କରିବା ।

        ବର୍ତ୍ତମାନ ସମାଜରେ ଗଦ୍ୟ ସାହିତ୍ୟ ଅବହେଳିତ ଅବସ୍ଥାରେ । ଗଦ୍ୟ ସାହିତ୍ୟ ଲେଖିବା ପାଇଁ କବି ଲେଖକ ମାନଙ୍କର ମନ ପ୍ରାୟ ବଳୁ ନାହିଁ । ଜିଲ୍ଲାରେ କିମ୍ବା ରାଜ୍ୟରେ ବହୁ ସାହିତ୍ୟ ଅନୁଷ୍ଠାନ ଗଢ଼ି ଉଠିଛି ହେଲେ ବାର୍ଷିକ ଉତ୍ସବରେ ଗଦ୍ୟ ସାହିତ୍ୟ ପଠନ ଦୃଶ୍ୟହୀନ । ଏଣୁତେଣୁ କବିତାଟିଏ ଲେଖି ଦେଲେ କେହି କେବେ କବି ପଦବାଚ୍ଯ ହୋଇପାରେନା । ଲେଖା ଯଦି ପାଠକଙ୍କ ହୃଦୟ ସ୍ପର୍ଶ ନ କଲା ତାହା କି ଲେଖା । ଲେଖାରେ ଯଦି ସମାଜ ପରିବର୍ତ୍ତନର ବାର୍ତ୍ତା ନାହିଁ ସେ ଲେଖାର ଆଦୃତ କମ୍ । ଏସବୁକୁ ହୃଦୟଙ୍ଗମ କରି ଗତ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ କବିକମଳ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢ଼ି ଉଠିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର । ଅନୁଷ୍ଠାନ ଗଠନର ମୁଖ୍ୟ ଉଦ୍ଦେଶ୍ୟ ଗଦ୍ୟ ସାହିତ୍ୟର ଉନ୍ନତି । ଏହା ଏକ ସାହିତ୍ୟ ଶିକ୍ଷାର ଅନୁଷ୍ଠାନ କହିଲେ ଅତ୍ଯୁକ୍ତି ହେବନାହିଁ । ଏଠି ନୂଆ ପୁରୁଣା ସମସ୍ତ ସାହିତ୍ୟ ବନ୍ଧୁଙ୍କୁ ସମ୍ମାନ ମିଳେ । ସାହିତ୍ୟ ଶିକ୍ଷାରେ ପାରଙ୍ଗମ ହୋଇ ଅନେକ ଅନୁଷ୍ଠାନରେ ପଦପଦବୀ ମଣ୍ଡନ କରିବା ଅନୁଷ୍ଠାନ ପକ୍ଷେ ବଡ଼ ଗୌରବ । ସମ୍ବାଦ, ସାହିତ୍ୟ ଓ ସମାଜସେବାକୁ ପାଥେୟ କରି ଆଗେଇ ଚାଲିଛି ଅନୁଷ୍ଠାନ । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୨୭ ତାରିଖ ଅନୁଷ୍ଠାନର ବାର୍ଷିକ ଉତ୍ସବ । କିନ୍ତୁ ବର୍ଷତମାମ ଅନୁଷ୍ଠାନ ସମାଜସେବା କାର୍ଯ୍ୟ କରିଥାଏ । କମ୍ବଳ, ମଶାରୀ, ଛତା, ପାଣିବୋତଲ, ଅନ୍ନ, ବସ୍ତ୍ର ବଣ୍ଟନ କରିବା ସହିତ ଅସହାୟ ଲୋକଙ୍କୁ ତହସିଲ, ବ୍ଲକ ଏବଂ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନ୍ଯାୟ ପାଇଁ ଦଣ୍ଡାୟମାନ ହୋଇଥାଏ ମୋ ଅନୁଷ୍ଠାନ । ଅସହାୟ ମଣିଷର ବନ୍ଧୁ ମୋ ଅନୁଷ୍ଠାନ । କାହାର କୌଣସି ସମସ୍ୟା ଦୃଷ୍ଟିକୁ ଆସିଲେ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଏ ସମାଧାନ ପାଇଁ । ଏମିତି ଅନେକ ସମସ୍ୟା ସମାଧାନ ମଧ୍ୟ ହୋଇଛି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ମାଧ୍ୟମରେ । ଘରକୋଣର ଲୁକ୍କାୟିତ ହୋଇ ରହିଥିବା ପ୍ରତିଭା ମାନଙ୍କୁ ସମାଜରେ ପରିଚିତ କରାଇଥାଏ ଅନୁଷ୍ଠାନ । ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟ ଜ୍ଞାନ ବୃଦ୍ଧି କରିଥାଏ । ମୁଖ୍ୟତଃ ଗଦ୍ୟ ସାହିତ୍ୟ ପ୍ରତି ଧ୍ଯାନ ଦେଇ ଅନେକଙ୍କ ହୃଦୟରେ ଗଦ୍ୟ ସାହିତ୍ୟର ଉନ୍ନତି ଚିନ୍ତାଧାରା ଭରିଦେଇଛି । ସାପ୍ତାହିକ, ପାକ୍ଷିକ, ମାସିକ ଓ ଅଘୋଷିତ ପ୍ରତିଯୋଗିତା ସମସ୍ତଙ୍କ ପାଇଁ ଉଦାହରଣ ହେଵା ଅତ୍ୟନ୍ତ ଖୁସି ଖବର । ମେଧାଅନ୍ବେଷଣ ମଧ୍ୟ ଅନ୍ୟ ଏକ ଅଂଶ । ବର୍ତ୍ତମାନ ସମାଜରେ ହଜି ଯାଉଥିବା ଗଦ୍ୟ ସାହିତ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ ସମସ୍ତ କବି ଲେଖକଙ୍କୁ ମୋର ବିନମ୍ର ନିବେଦନ । କବିତା ଠାରୁ ଗଦ୍ୟ ସାହିତ୍ୟକୁ ବେଶି ଆପଣେଇବା ଆବଶ୍ୟକ । ଯେତିକି ପରିମାଣରେ କବିତା ଦୃଷ୍ଟି ଗୋଚର ହେଉଛି ସେହି ପରିମାଣରେ ଗଦ୍ୟ ସାହିତ୍ୟ ଅର୍ଥାତ ଗଳ୍ପ ପ୍ରବନ୍ଧ ଦୃଷ୍ଟି ଗୋଚର ହେଉନାହିଁ । ଆସନ୍ତୁ ଶିକ୍ଷଣୀୟ ଗଦ୍ୟ ସାହିତ୍ୟ ରଚନା କରନ୍ତୁ, ସମାଜ ତଥା ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ସୁନ୍ଦର, ଶିକ୍ଷଣୀୟ, ପରିବର୍ତ୍ତନ ମୂଳକ ଓ ତଥ୍ୟ ଭିତ୍ତିକ ଗଦ୍ୟ ସାହିତ୍ୟ ଲେଖି ନିଜକୁ ଧନ୍ଯ ମନେକରନ୍ତୁ, ଯାହାଦ୍ବାରା ଏ ସମାଜର କଲ୍ଯାଣ ସାଧନ ହେବ । ପାଠାଗାର ପରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ଲକ୍ଷ୍ୟରେ ସିଲେଇ ଶିକ୍ଷା କେନ୍ଦ୍ର ଖୋଲିଛି ଅନୁଷ୍ଠାନ । ଯାହାର ନାମ ରହିଛି ” ମୋ ଅନୁଷ୍ଠାନ ସିଲେଇ ଶିକ୍ଷା କେନ୍ଦ୍ର “। ସ୍ବାବଲମ୍ବୀ କ୍ଷେତ୍ରରେ ସାହିତ୍ୟ ଶିକ୍ଷା ସହିତ ଆଗକୁ ଆହୁରି ଅନେକ ପ୍ରକାର ଯୋଜନା ପାଇଁ ଚିନ୍ତା କରୁଛି ଅନୁଷ୍ଠାନ । ଆର୍ଥିକ ମାନଦଣ୍ଡ ବଢ଼ିଲେ ନିଶ୍ଚୟ ସମାଜର ଉନ୍ନତି ସାଧନ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।। 

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ- ୯୮୫୩୧୪୨୫୧୦

Related posts

ଜୁନାଗଡ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ପାଶ୍ ହାର ୮୫%

masiha

କୁପାରୀ କପିଳ ମୁନି ମେଳା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!