ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାୟଗଡା : ତା : ୨୬/୧୨/୨୩ // ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ରାୟଗଡା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଗଣ ବିକ୍ଷୋଭ କରାଯାଇଅଛି। ଏହି ବିକ୍ଷୋଭ ରେ ଶ୍ୟାମ କୁମାର ଦାଶ କହିଛନ୍ତି ଜେ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ମାନଙ୍କର ପରମ ଆରାଧ୍ୟ, ଶ୍ରୀମନ୍ଦିର ହେଉଛି ଅସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆଙ୍କ ପରିଚୟ | ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏବଂ ଅନ୍ୟ କିଛି ନ୍ୟସ୍ତସ୍ୱାର୍ଥ ଓଡ଼ିଆ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତ କାରଣରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହାନୀ ହେବା ସହ ଓଡ଼ିଆଙ୍କ ପରିଚୟ ସଙ୍କଟ ଦେଇଛି। ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ତଥା ଓଡ଼ିଆ ଅସ୍ମିତା ଆଜି ଧ୍ୱଂସ ଆଡ଼କୁ ଗତି କରୁଛି। ସରକାର ପ୍ରାୟୋଜିତ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ କରି ଚାଲିଛି, ସେଥ୍‌ପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରୁଛି ବୋଲି ଦାଶ କହିଛନ୍ତି | ଶ୍ରୀ ଯୋଗେଶ୍ୱର ଦାସ କହିଛନ୍ତି ଜେ ନିକଟ ଅତୀତରେ କାମିଆ ଜାନି ନାମ୍ନୀ ଜଣେ ଦେୟଯୁକ୍ତ ବ୍ଲଗର ଦ୍ବାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମହିଳା ଜଣକ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରୁଥିବାର ଜଣା ପଡ଼ିଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ | ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ | ଏହାର ପ୍ରଚାର ପ୍ରସାର କେବଳ ଧୃଷ୍ଟତା ମାତ୍ର । ବିଶେଷ କରି ଗୋମାଂସ ଭକ୍ଷଣର ପ୍ରଚାରକାରି ଦ୍ବାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି ।ସମସ୍ତ ଜଗନ୍ନାଥ ପ୍ରେମୀ ଏକ ସ୍ୱରରେ କହିଛନ୍ତି ଜେ,ଏଭଳି କୁକାର୍ଯ୍ୟ ପଛରେ କୌଣସି ବୃହତ୍ ଷଡ଼ଯନ୍ତ୍ର କାର୍ଯ୍ୟ କରୁଥିବା ଭଳି ସନ୍ଦେହ ସୃଷ୍ଟି ହେଉଛି। ବିଗତ କିଛିଦିନ ତଳେ ଭିନ୍ନ ସମ୍ପ୍ରଦାୟରେ ବିଶ୍ବାସ ରଖୁଥୁବା ତାମିଲନାଡୁର ଜଣେ ରାଜନେତା ସନାତନକୁ ସମାପ୍ତ କରିବାର କଥା କହିଥିଲେ । ଏକଦା ପୁରୀର ମାନ୍ୟବର ସାଂସଦ ପୁରୀକୁ ଭାଟିକାନ ସିଟି ଭଳି ଗଢି ତୋଳିବାର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି ବୟାନ ଦେଇଥିଲେ ।

ଏଭଳି ଅନ୍ତର୍ଘାତି, ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ | ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ୍ତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସଂଗେ ସଂଗେ ଏହି ଆନ୍ଦୋଳନକୁ ଆଉରି ତୀବ୍ର କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଶ୍ୟାମ କୁମାର ଦାଶ, ଯୋଗେଶ୍ୱର ଦାସ,ବିଦ୍ୟା ଭୂଷଣ ପଣ୍ଡା,ରାମଚନ୍ଦ୍ର ସାହୁ, ଦୀପକ ପୃଷ୍ଟି , ଶଙ୍କର ପ୍ରଧାନ, ପ୍ରଭାତ ମହାପାତ୍ର, ବସନ୍ତ ଉଲ୍ଲାକା , ମହନ ରାଓ ମାଝୀ , ଏମ ବିଦ୍ୟା ସାଗର , ଗଣେଶ ସାହୁ, ଦୂର୍ଗା ମାଧବ ଘୋଷ , ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ଟି ନାଗରାଜୁ , ଅଜୟ ଚୂଲେଟ, ନିରଜ ପାଢ଼ୀ, ପି କ୍ରିଷ୍ଣା , ଆନନ୍ଦ ରାଉଳ ଙ୍କ ସହ ଅନେକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ପରିଚାଳନା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

କେରଳ ଭୁସ୍କଳନ ପ୍ରପୀଡ଼ିତ ଙ୍କ ପାଇଁ ସି ପି ଆଇ ଏମ୍ ର ରିଲିଫ ସଂଗ୍ରହ ଅଭିଯାନ

masiha

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!