ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

କାମାକ୍ଷାନଗର (ମନିସ)15/9/25 — କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ଆଳତୁମା ନିକଟରେ ଟ୍ରଲର କୁ ପଛରୁ ପିଟିଲା ଦଶଚକିଆ ଟ୍ରକ l ଦଶଚକିଆ ଟ୍ରକ ର ଡ୍ରାଇଭର ଗୁରୁତର l ସୂଚନା ଅନୁସାରେ ଦଶଚକିଆ ଟ୍ରକ ଟି ତାଳଚେର ଅଞ୍ଚଳ ରୁ ଯାଜପୁର ଯାଉଥିବା ବେଳେ ସାମ୍ନାରେ ଯାଉଥିବା ଟ୍ରଲର ର ପଛପଟୁ ଧକ୍କା ଦେଇଥିଲା l ଫଳରେ ଦଶଚକିଆ ଟ୍ରକ ର ସାମ୍ନା ଭାଗ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଜଣକ ଟ୍ରକ ଭିତରେ ଚାପି ହୋଇ ଯାଇଥିଲେ l କିଛି ସ୍ଥାନୀୟ ଲୋକ ଏହା ଦେଖି କାମାକ୍ଷାନଗର ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ସାହାଯ୍ୟ ରେ ଦଶଚକିଆ ଟ୍ରକ ର ସାମ୍ନା ଅଂଶ କୁ କାଟି ଗୁରୁତର ଅବସ୍ଥା ରେ ଥିବା ଡ୍ରାଇଭର କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଛି l ତେବେ ଦଶ ଚକିଆ ଟ୍ରକ ର ଡ୍ରାଇଭର ଙ୍କ ଆଖି ଲାଗିଯାଇଥିବା କୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଥିବା ବେଳେ ଗୁରୁତର ଡ୍ରାଇଭର ଙ୍କ ସମ୍ପର୍କ ରେ କୌଣସି ସୂଚନା ମିଳି ପାରିନାହିଁ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

masiha

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

SPREADING LIGHT BEYOND THE WALLS

Sunil Chandra Nayak

Leave a Comment

error: Content is protected !!