ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

କାମାକ୍ଷାନଗର (ମନିସ)15/9/25 — କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ଆଳତୁମା ନିକଟରେ ଟ୍ରଲର କୁ ପଛରୁ ପିଟିଲା ଦଶଚକିଆ ଟ୍ରକ l ଦଶଚକିଆ ଟ୍ରକ ର ଡ୍ରାଇଭର ଗୁରୁତର l ସୂଚନା ଅନୁସାରେ ଦଶଚକିଆ ଟ୍ରକ ଟି ତାଳଚେର ଅଞ୍ଚଳ ରୁ ଯାଜପୁର ଯାଉଥିବା ବେଳେ ସାମ୍ନାରେ ଯାଉଥିବା ଟ୍ରଲର ର ପଛପଟୁ ଧକ୍କା ଦେଇଥିଲା l ଫଳରେ ଦଶଚକିଆ ଟ୍ରକ ର ସାମ୍ନା ଭାଗ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଜଣକ ଟ୍ରକ ଭିତରେ ଚାପି ହୋଇ ଯାଇଥିଲେ l କିଛି ସ୍ଥାନୀୟ ଲୋକ ଏହା ଦେଖି କାମାକ୍ଷାନଗର ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ସାହାଯ୍ୟ ରେ ଦଶଚକିଆ ଟ୍ରକ ର ସାମ୍ନା ଅଂଶ କୁ କାଟି ଗୁରୁତର ଅବସ୍ଥା ରେ ଥିବା ଡ୍ରାଇଭର କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଛି l ତେବେ ଦଶ ଚକିଆ ଟ୍ରକ ର ଡ୍ରାଇଭର ଙ୍କ ଆଖି ଲାଗିଯାଇଥିବା କୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଥିବା ବେଳେ ଗୁରୁତର ଡ୍ରାଇଭର ଙ୍କ ସମ୍ପର୍କ ରେ କୌଣସି ସୂଚନା ମିଳି ପାରିନାହିଁ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚନ୍ଦାହାଣ୍ଡି,ଝରିଗାଁ ଠାରୁ ବ୍ରହ୍ମପୁରକୁ ଗଡିଲା ନୂଆ ବସ,ଜଗନ୍ନାଥ ଏକ୍ସପ୍ରେସ

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ସହକାରୀ ଶିକ୍ଷକ କିରଣ କଣ୍ଟା,ଭୂପେନ୍ଦ୍ର ସିଂହ ମାଝୀଙ୍କର ସ୍ଥାନାନ୍ତର ଓ ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା ଓ କାର୍ଯ୍ୟାଳୟ ସହକାରୀ ଅଜିତ କୁମାର ବାରିକଙ୍କ ଯୋଗଦାନ ଉପଲକ୍ଷେ ବିଦାୟକାଳୀନ ଓ ସ୍ଵାଗତ ସମ୍ୱର୍ଦ୍ଧନା ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ

masiha

Leave a Comment

error: Content is protected !!