ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଜବାଜ ହେଉଛି ଆାଦିବାସୀ ମେଳି 

ସଜବାଜ ହେଉଛି ଆାଦିବାସୀ ମେଳି 

ମାଳି ଓ ରଣା ଜାତି ର ଆଦିବାସୀ ମାନ୍ୟତା ବିରୋଧ ରେ ଚାଲିଛି ସଂଗଠନ 

ଚନ୍ଦାହାଣ୍ଡି-ତାରିଖ ୧୬/୦୯/୨୩ ( ମ ନି ସ) ମାଳି ଓ ରଣା ଜାତିକୁ ଆଦିବାସୀ ମାନ୍ୟତା ବିରୋଧରେ ମୁଣ୍ଡ ଟେକୁଛି ଆଦିବାସୀ ସମ୍ପ୍ରଦାୟ ଓ ସଙ୍ଗଠନ l ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତରେ ଏଥି ନିମିତ୍ତ କୋନ୍ଧିଓଡ଼ା ଠାରେ ପଞ୍ଚାୟତ ସ୍ତରୀୟ ଏକ ବୈଠକ କୁମର ଗହଟିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଜମାଦାରପଡା ଗ୍ରାମ ପଞ୍ଚାୟତସ୍ତରୀୟ ଆଦିବାସୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ କରାଯାଇଛି । ତେବେ ପଞ୍ଚାୟତ ସ୍ତରୀୟ ସଭାପତି ରୂପେ ନରେନ୍ଦ୍ର କୁମାର ମାଝୀ ,ଉପ ସଭାପତି ରୂପେ ଯୋଗେନ୍ଦ୍ର ଝରିଆ , ସମ୍ପାଦକ ରୂପେ ଜୟରାମ ନେତାମ ,ସହ ସମ୍ପାଦକ ରୂପେ ଭଗବାନ ପାତ୍ର ଓ କୋଷାଧ୍ୟକ୍ଷ ରୂପେ ଭବାନୀ ଶଙ୍କର ପୂଜାରୀ ଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ରଣା ଓ ମାଳି ଜାତିକୁ ଆଦିବାସୀ ମାନ୍ୟତା ର ପ୍ରତିବାଦ ସହ ଦାବିପତ୍ର ପ୍ରଦାନ ସହ ସମାଜରେ ବେକାରୀ ସମସ୍ୟା, ବାଲ୍ୟବିବାହ ପ୍ରଥା,ଦାଦନ ସମସ୍ୟା, ଶିକ୍ଷା, ହକ ଓ ଅଧିକାର୍ ,ସଂସ୍କୃତି,ପରମ୍ପରା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଜମାଦାରପଡା ଗ୍ରାମ ପଞ୍ଚାୟତ ର ଇନ୍ଦ୍ରଜିତ ଝାଙ୍କର, ବିଜୟ କୁମାର ଧୁରୁଆ,କୁମର ଗାଉଟିଆ,ରମେଶ ଚନ୍ଦ୍ର ପୂଜାରୀ, ଛବି ପ୍ରକାଶ ପୂଜାରୀ ସହ ଶତାଧିକ ଆଦିବାସୀ ଲୋକ ଉପସ୍ଥିତ ଥିଲେ । ଆଦିବାସୀ ସଙ୍ଘର ଚନ୍ଦାହାଣ୍ଡି ବ୍ଲକ କର୍ମକର୍ତ୍ତା ଯଥାକ୍ରମେ ଲଛମନ ମାଝୀ,ଅଭୟ ସିଂ ଭୋଇ,ଭୀଷ୍ମ ମାଝୀ,ମୁରଲୀଧର ପୂଜାରି,ସନୀନ୍ଦ୍ର ନେତାମ,ବିପିନ ପୂଜାରୀ,ଗୁପ୍ତେଶ୍ଵର ପୂଜାରୀ,ମହେଶ ମାଝୀ,ମେଘନାଦ୍ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ

masiha

ବେତନଟୀ ! ଜାତୀୟ ରାଜପଥ ୧୮ ନମ୍ବର ରେ ମର୍ମନ୍ତୁଦ ଦୁର୍ଘଟଣା! ଟ୍ରଲର ସହ ପିଟି ହେଲା ତିର୍ଥଯାତ୍ରୀ ସ୍କ୍ରୋପିଅ; ୬ ଜଣ ଗୁରୁତର

ବେଲଗୁଣ୍ଠା ସହରରେ ସଫେଇ ଧିମା ହେଉଥିବା ନେଇ କାଉନସିଲରଙ୍କ ଅଭିଯୋଗ ପରେ ବିଭିନ୍ନ ୱାର୍ଡ ବୁଲି ଦେଖିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କାଉନସିଲର

Leave a Comment

error: Content is protected !!