ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଜବାଜ ହେଉଛି ଆାଦିବାସୀ ମେଳି 

ସଜବାଜ ହେଉଛି ଆାଦିବାସୀ ମେଳି 

ମାଳି ଓ ରଣା ଜାତି ର ଆଦିବାସୀ ମାନ୍ୟତା ବିରୋଧ ରେ ଚାଲିଛି ସଂଗଠନ 

ଚନ୍ଦାହାଣ୍ଡି-ତାରିଖ ୧୬/୦୯/୨୩ ( ମ ନି ସ) ମାଳି ଓ ରଣା ଜାତିକୁ ଆଦିବାସୀ ମାନ୍ୟତା ବିରୋଧରେ ମୁଣ୍ଡ ଟେକୁଛି ଆଦିବାସୀ ସମ୍ପ୍ରଦାୟ ଓ ସଙ୍ଗଠନ l ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତରେ ଏଥି ନିମିତ୍ତ କୋନ୍ଧିଓଡ଼ା ଠାରେ ପଞ୍ଚାୟତ ସ୍ତରୀୟ ଏକ ବୈଠକ କୁମର ଗହଟିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଜମାଦାରପଡା ଗ୍ରାମ ପଞ୍ଚାୟତସ୍ତରୀୟ ଆଦିବାସୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ କରାଯାଇଛି । ତେବେ ପଞ୍ଚାୟତ ସ୍ତରୀୟ ସଭାପତି ରୂପେ ନରେନ୍ଦ୍ର କୁମାର ମାଝୀ ,ଉପ ସଭାପତି ରୂପେ ଯୋଗେନ୍ଦ୍ର ଝରିଆ , ସମ୍ପାଦକ ରୂପେ ଜୟରାମ ନେତାମ ,ସହ ସମ୍ପାଦକ ରୂପେ ଭଗବାନ ପାତ୍ର ଓ କୋଷାଧ୍ୟକ୍ଷ ରୂପେ ଭବାନୀ ଶଙ୍କର ପୂଜାରୀ ଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ରଣା ଓ ମାଳି ଜାତିକୁ ଆଦିବାସୀ ମାନ୍ୟତା ର ପ୍ରତିବାଦ ସହ ଦାବିପତ୍ର ପ୍ରଦାନ ସହ ସମାଜରେ ବେକାରୀ ସମସ୍ୟା, ବାଲ୍ୟବିବାହ ପ୍ରଥା,ଦାଦନ ସମସ୍ୟା, ଶିକ୍ଷା, ହକ ଓ ଅଧିକାର୍ ,ସଂସ୍କୃତି,ପରମ୍ପରା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଜମାଦାରପଡା ଗ୍ରାମ ପଞ୍ଚାୟତ ର ଇନ୍ଦ୍ରଜିତ ଝାଙ୍କର, ବିଜୟ କୁମାର ଧୁରୁଆ,କୁମର ଗାଉଟିଆ,ରମେଶ ଚନ୍ଦ୍ର ପୂଜାରୀ, ଛବି ପ୍ରକାଶ ପୂଜାରୀ ସହ ଶତାଧିକ ଆଦିବାସୀ ଲୋକ ଉପସ୍ଥିତ ଥିଲେ । ଆଦିବାସୀ ସଙ୍ଘର ଚନ୍ଦାହାଣ୍ଡି ବ୍ଲକ କର୍ମକର୍ତ୍ତା ଯଥାକ୍ରମେ ଲଛମନ ମାଝୀ,ଅଭୟ ସିଂ ଭୋଇ,ଭୀଷ୍ମ ମାଝୀ,ମୁରଲୀଧର ପୂଜାରି,ସନୀନ୍ଦ୍ର ନେତାମ,ବିପିନ ପୂଜାରୀ,ଗୁପ୍ତେଶ୍ଵର ପୂଜାରୀ,ମହେଶ ମାଝୀ,ମେଘନାଦ୍ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଅଟୋ :ଚାଳକ ଆହତ

masiha

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

masiha

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!